Daily Archives

March 23, 2024

ଆସିଲା କଂଗ୍ରେସର ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ରାଜଗଢରୁ ଲଢିବେ ଦିଗବିଜୟ, ବାରଣାସୀରୁ ଲଢିବେ ଅଜୟ ରାୟ ।

କନକ ବ୍ୟୁରୋ: ଆସିଲା କଂଗ୍ରେସର ଚତୁର୍ଥ ଲିଷ୍ଟ । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ସମିତି ଶନିବାର ଲୋକସଭା ନିର୍ବାଚନ ପାଇଁ ନିଜର ଚତୁର୍ଥ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଲିଷ୍ଟରେ ଥିବା ସୂଚନା ମୁତାବକ, କଂଗ୍ରେସର ବରିଷ୍ଠ ନେତା ଦିଗବଜିୟ ସିଂହ ରାଜଗଢ ଆସନରୁ ଲୋକସଭା ନିର୍ବାଚନ ଲଢିବେ…

କର୍ଣ୍ଣାଟକରେ ସରିଲା ସିଟ୍ ଭାଗବଣ୍ଟା । ୩ଟି ଆସନରେ ଲଢିବ ଜେଡିଏସ୍, ୨୫ ଆସନରେ ଲଢିବ ବିଜେପି ।

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ଛିଡିଲା ସିଟ୍ ଭାଗବଣ୍ଟା ଅଙ୍କ । ଏନଡିଏର ସହଯୋଗୀ ଦଳ ଜେଡିଏସ୍ ୩ଟି ଆସନରେ ନିର୍ବାଚନ ଲଢିବା ନେଇ ସୂଚନା ମିଳିଛି । ଏନେଇ ସାଂସଦ ପ୍ରଜ୍ୱଳ ରେବନ୍ନା ଟୁଇଟ୍ କରି ସୂଚନା ଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି…

ଅରୁଣ ଯୋଗୀରାଜ ନିର୍ମାଣ କରିଥିଲେ ଆଉ ଏକ କୁନି ରାମଲଲ୍ଲା । ସାମ୍ନାକୁ ଆସିଲା ଏହି ଫଟୋ…

କନକ ବ୍ୟୁରୋ: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଲଲ୍ଲାଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହେଇଥିଲା । ମନ୍ଦିରର ଗର୍ଭଗୃହରେ କର୍ଣ୍ଣାଟକ ନିବାସୀ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ପ୍ରଭୁ ରାମଲଲ୍ଲାଙ୍କ ବିଗ୍ରହ ସ୍ଥାପନ କରାଯାଇଥିଲା ।…

ଭିଜିଲାନ୍ସ ଜାଲରେ ସହିଦନଗର ଥାନାର ଏସଆଇ । ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ।

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ସହିଦନଗର ଥାନାର ସବ ଇନସ୍ପେକ୍ଟର ପ୍ରିୟବତ ପ୍ରଧାନ । ଲାଞ୍ଚ ନେବା ବେଳେ ପ୍ରିୟବତଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଜବତ ହୋଇଥିବା ଗାଡ଼ି ଛାଡ଼ିବାକୁ ଟଙ୍କା ମାଗିଥିଲେ ଏସଆଇ । ଏହାପରେ ଗାଡି଼ ମାଲିକ ଜଣକ…

ଦିଲ୍ଲୀ ହାଇକୋର୍ଟରୁ କେଜ୍ରିୱାଲଙ୍କୁ ପୁଣି ଝଟକା । ରିମାଣ୍ଡ ବିରୋଧରେ ତତ୍କାଳ ଶୁଣାଣି ଆବେଦନ ଖାରଜ ।

କନକ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟକା । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମନମୋହନ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରିଛନ୍ତି । କେଜ୍ରିୱାଲ ତାଙ୍କ ଆବେଦନରେ ଇଡି ରିମାଣ୍ଡ ବିରୋଧରେ ଜଲଦି ଶୁଣାଣି କରିବାକୁ ଅନୁରୋଧ କରିଥିଲେ । ହେଲେ ତାଙ୍କର ଏହି…

ମଇଦାନକୁ ଫେରିଲେ କ୍ରିକେଟର ଋଷଭ ପନ୍ତ । କମବ୍ୟାକ ମ୍ୟାଚରେ ୧୮ ରନ କଲେ ତଥାପି ପାଇଲେ ପ୍ରଂଶସକଙ୍କ ଭରପୁର କରତାଳି 

କନକ ବ୍ୟୁରୋ : ୪୫୩ ଦିନର ଅପେକ୍ଷାର ହେଲା ଅନ୍ତ, ପୁଣିଥରେ ପଡିଆକୁ ଓହ୍ଲାଇଲେ ରିଷଭ ପନ୍ଥ । ଆଇପିଏଲ ୨୦୨୪ର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇ ମୈଦାନକୁ ଫେରିଛନ୍ତି ପନ୍ଥ । ଦଳ ପକ୍ଷରୁ ୪ର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସି ୧୩ଟି ବଲରେ ମାତ୍ର…