ଆସିଲା କଂଗ୍ରେସର ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ରାଜଗଢରୁ ଲଢିବେ ଦିଗବିଜୟ, ବାରଣାସୀରୁ ଲଢିବେ ଅଜୟ ରାୟ ।

153

କନକ ବ୍ୟୁରୋ: ଆସିଲା କଂଗ୍ରେସର ଚତୁର୍ଥ ଲିଷ୍ଟ । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ସମିତି ଶନିବାର ଲୋକସଭା ନିର୍ବାଚନ ପାଇଁ ନିଜର ଚତୁର୍ଥ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଲିଷ୍ଟରେ ଥିବା ସୂଚନା ମୁତାବକ, କଂଗ୍ରେସର ବରିଷ୍ଠ ନେତା ଦିଗବଜିୟ ସିଂହ ରାଜଗଢ ଆସନରୁ ଲୋକସଭା ନିର୍ବାଚନ ଲଢିବେ । ସେହିପରି ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଲଢିବେ କଂଗ୍ରେସ ନେତା ଅଜୟ ରାୟ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଂଗ୍ରେସର ନିଜର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ବି, ଏପର୍ଯ୍ୟନ୍ତ ରାୟବରେଲି ଓ ଆମେଥୀ ପାଇଁ ପ୍ରାର୍ଥୀ ଘୋଷଣା କରିନି । ଏଥର ଏହି ଲିଷ୍ଟରେ ୪୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଯେଉଁଥିରେ ଉତ୍ତରପ୍ରଦେଶର ୯ ଜଣ ପ୍ରାର୍ଥୀ ଥିବାବେଳେ, ୨ ଜଣ ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶର ୧୨ଟି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା ହେଇଛି ।

ଅନ୍ୟପଟେ ଓଡିଶାରୁ ମଧ୍ୟ କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି କଂଗ୍ରେସ । ଆଶା କରାଯାଉଥିଲା ଚତୁର୍ଥ ପର୍ଯ୍ୟାୟରେ ଓଡିଶାର କିଛି ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିପାରେ । ହେଲେ ଏଥର ମଧ୍ୟ ପ୍ରାର୍ଥୀ ତାଲିକାରେ ଓଡିଶାର ନାଁ ନାହିଁ ।