ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ । ଉମରକୋଟ ଗସ୍ତବେଳେ ଯାଞ୍ଚ କଲେ ନିର୍ବାଚନ ଅଧିକାରୀ ଓ ପୁଲିସ।

2,302

କନକ ବ୍ୟୁରୋ: ବିଜେଡି ନେତା ଭି କେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ନିବାର୍ଚନ ଅଧିକାରୀ । ଆଜି ନିର୍ବାଚନ ପାଇଁ ଉମରକୋଟ ଗସ୍ତବେଳେ ପାଣ୍ଡିଆନଙ୍କ ହେଲକପ୍ଟର ଯାଞ୍ଚ ହୋଇଥିଲେ ବି  ହେଲିକପ୍ଟରରୁ କିଛି ମିଳିନଥିବା ସୂଚନା ରହିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ମଧ୍ୟ ଯାଞ୍ଚ କରାଯାଇଥିଲା । ତେବେ ନିର୍ବାଚନୀ ପ୍ରଚାର ସମୟରେ ଏପରି ଯାଞ୍ଚ ସ୍ୱାଭାବିକ ବୋଲି କୁହାଯାଇଛି ।

ଆଜି ଉମରକୋଟ ଗସ୍ତରେ ଯାଇ ସେଠାରେ ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ କରିଥିଲେ ପାଣ୍ଡିଆନ୍ । ଏହି କ୍ରମରେ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ମନ୍ତ୍ରୀ ରାଜ୍ୟରେ ମିଶନ୍ ଶକ୍ତି ଓ ବିଏସକେୱାଇ ଯୋଜନାର ବାଟ ଓଗାଳୁଛନ୍ତି ବୋଲି କହିଥିଲେ ପାଣ୍ଡିଆନ୍ ।