ଗଣେଶଙ୍କ ପ୍ରେମରେ ରୁଷିୟ ଯୁବତୀ । ଲିଙ୍ଗରାଜ ମନ୍ଦିର ବାହାରେ ଗେଣେଷଙ୍କୁ ପୂଜା କରିବାର ଆସିଲା ଦୃଶ୍ୟ, ଗୋପୂଜା କରିବା ସହ କରୁଛନ୍ତି ପୂଜାର୍ଚ୍ଚନା

161

କନକ ବ୍ୟୁରୋ : ଭଗବାନ ଗଣେଶଙ୍କ ପ୍ରେମରେ ପଡିଛନ୍ତି ରୁଷୀୟ ଯୁବତୀ । ଶ୍ରୀ ଲିଙ୍ଗରାଜ ମନ୍ଦିର ବାହାରେ ବସି କରୁଛନ୍ତି ଗଣେଶଙ୍କ ପୂଜାର୍ଚ୍ଚନା । ଗଣେଶଙ୍କ ପ୍ରତି ଏଭଳି ଭଲପାଇବା ରହିଛି ଯେ, ଶରୀରରେ କରିଛନ୍ତି ଟାଟୁ । ଭାରତ ଭ୍ରମଣରେ ଆସିଥିବା ଏହି ବିଦେଶିନୀ ଏବେ ଓଡିଶାରେ ପହଁଚିଛନ୍ତି । ଲିଙ୍ଗରାଜ ମନ୍ଦିର ବାହାରେ ଗଣେଷ ମୂର୍ତିକୁ ପୂଜାର୍ଚ୍ଚନା କରୁଛନ୍ତି । କେତେବେଳେ ଗୋସେବା କରୁଛନ୍ତି, ତ ପୁଣି କେତେବେଳେ ପୂଜାର୍ଚ୍ଚନା କରୁଛନ୍ତି ।