‘ମୁଁ ପୂର୍ବ ଜନ୍ମରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲି’, ଜାଣନ୍ତୁ ମମତାଙ୍କ ଗଡରେ ଏଭଳି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

2,464

କନକ ବ୍ୟୁରୋ : ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଜନସଭା କରିଥିଲେ । ଏହି ଜନସଭା ମଞ୍ଚରୁ ପ୍ରଧାନମନ୍ତ୍ରୀ ତୃଣମୂଳ କଂଗ୍ରେସ ଓ ମାମତା ବାନାର୍ଜୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏହାସହ ଜନତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି, ଆପଣମାନେ ମୋତେ ଏତେ ଭଲପାଇବା ଦେଇଛନ୍ତି କି, ମୋତେ ଲାଗୁଛି ମୁଁ ପୂର୍ବଜନ୍ମରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲି କିମ୍ବା ଆଗାମୀ ଜନ୍ମରେ ପଶ୍ଚିମବଙ୍ଗରେ ଜନ୍ମ ହେବି ।

ପ୍ରଧାନମନ୍ତ୍ରୀ ମୋଦୀ ଟିଏମସିକୁ ଟାର୍ଗେଟ କରି କହିଛନ୍ତି, ଗୋଟିଏ ସମୟରେ ପଶ୍ଚିମବଙ୍ଗ ସାରା ଦେଶର ନେତୃତ୍ୱ ନେଉଥିଲା । ହେଲେ ବାମଦଳ ଓ ପରେ ଟିଏମସି ଶାସନ ବଙ୍ଗଳାର ଏହି ମହାନତାକୁ ନଷ୍ଟ କରିଦେଇଛନ୍ତି । ଏହାସହ ସେ ଟିଏମସି ଶାସନ କାଳରେ ଚିଟଫଣ୍ଡ, ପଶୁ ଚୋରି ଘଟଣା, ରାସନ ଦୁର୍ନୀତିକୁ ଉଜାଗର କରିଛନ୍ତି ।

କେବଳ ଟିଏମସି ନୁହେଁ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି, ତୃଷ୍ଟିକରଣ ରାଜନୀତିକୁ ଆପଣାଇ ଟିଏମସି ଓ କଂଗ୍ରେସ ମିଳିତ ହୋଇ ରହିଛନ୍ତି । ତୃଷ୍ଟିକରଣ ପାଇଁ ଏହି ଦୁଇଟି ପାର୍ଟି କିଛି ବି କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଟିଏମସି ସରକାର ରାଜ୍ୟରେ ଅନୁପ୍ରବେଶକାରୀଙ୍କୁ ଆଣି ଥଇଥାନ କରୁଛି ।