କନକ ନ୍ୟୁଜ୍ ସମ୍ପର୍କରେ

ସ୍ମାର୍ଟଫୋନ୍, ଟାବଲେଟ୍ ଯୁଗରେ ସାରା ପୃଥିବୀ ମାତ୍ର ଗୋଟିଏ କ୍ଲିକ୍ ଦୂରରେ । ଖବର ବିନା ଜୀବନ , ଚିନ୍ତାର ବାହାରେ । ହେଲେ ଜୀବନ ଜଞ୍ଜାଳ ଓ ପେଶାର ଚାପରେ, ସମୟ ନାହିଁ ହାତ ମୁଠାରେ । ଏପରି ଚାରିଛକିରେ ଖବର – ଜୀବନ୍ତ ଚିତ୍ର ଭାବେ, ଆପଣଙ୍କ ପାଖରେ, ଆପଣଙ୍କ ସୁବିଧା ଅନୁସାରେ ଦେଖିବାର ସୁଯୋଗ ଦେଉଛି କନକ ନ୍ୟୁଜ । ସୁଦୂର ନ୍ୟୁୟର୍କରେ ଥାନ୍ତୁ ବା ନ୍ୟାଗାଲାଣ୍ଡରେ । ଓଡିଶା ସହ ଆପଣଙ୍କ ନିବିଡ ସମ୍ପର୍କକୁ ଆମେ ଆହୁରି ଦୃଢ କରିବୁ । ଟିଭି ଥାଉ କି ନଥାଉ, ଆପଣ ନିଜକୁ ଦୂରେଇ ପାରିବେନି ଆପଣଙ୍କ ଗାଁ ଓ ସହରର ଟିକିନିଖି ଘଟଣାମାନଙ୍କ ଠାରୁ । ବୁଲେଟିନ୍ ସମୟକୁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବନି । ନିଜ ଫୁରୁସତ୍ ସମୟରେ , ନିଜ ଇଚ୍ଛାରେ , ନିଜେ ଦେଖିବାକୁ ଚାହୁଁଥିବା ଖବର ଦେଖିବେ ଆମ ମାଧ୍ୟମରେ ।

ଅନେକ ସମୀକରଣ, ଅନେକ ସମ୍ଭାବନା, ଅନେକ ପରୀକ୍ଷଣ । ଜ୍ଞାନ ଓ ସୃଜନୀଜ୍ଞାନକୁ ଏକାଠି କରି କନକ ନ୍ୟୁଜର ଡିଜିଟାଲ ମିଡିଆ କନକ ନ୍ୟୁଜ୍ ଡଟ କମ୍ । କୁଇକ୍ଲି, ଭିଜୁଆଲି ଓ ସୋସିଆଲି । ଏହି ସ୍ଲୋଗାନ୍ ଦେଇ ଓଡିଆରେ ଡିଜିଟାଲ୍ ଜର୍ଣ୍ଣାଲିଜିମକê ଏକ ନୂଆ ଦିଶା ଦେବାକୁ ସଂକଳ୍ପ ନେଇଛି କନକ ନ୍ୟୁଜ୍ ଡଟ କମ୍ । କାରଣ ଏହା ହେଉଛି ଓଡିଶାର ପ୍ରଥମ ସଂପୂର୍ଣ୍ଣ ଓଡିଆ ୱେବ୍ ପୋର୍ଟାଲ୍, ଯେଉଁଠି ଅତି ସୁନ୍ଦର ଭାବେ ଭିଡିଓ , ଅଡିଓ ଏବଂ ଖବରକୁ ସଜା ଯାଉଛି । ଏସବୁ ଭିତରେ ଖବର ଗତିକୁ ଆମେ ଗୁରୁତ୍ୱ ଦେଇ ଆସୁଛୁ । ତେଣୁ ପ୍ରତି ମୁହୁର୍ତରେ ଆମ ୱେବସାଇଟରେ ଅପଲୋଡ୍ ହେଉଛି ତାଜା ଖବର ସହ ତାଜା ଭିଡିଓ । ଏହାସହ ବିଭିନ୍ନ ପ୍ରସଙ୍ଗରେ କନକ ଷ୍ଟୁଡିଓରେ ହେଉଥିବା ବିତର୍କ , ମହାବିତର୍କକୁ ବି ଆପଣ ଦେଖି ପାରୁଛନ୍ତି ଗୋଟିଏ କ୍ଲିକରେ । ନ୍ୟୁଜ୍ ମେକରଙ୍କ ମୁହଁରୁ ଶୁଣି ପାରୁଛନ୍ତି ସେମାନଙ୍କ କଥା । ଏହାସହ କନକ ନ୍ୟୁଜକୁ ଲୋକପ୍ରିୟ କରାଇଥିବା ଅନେକ କରେଂଟ ଆଫାୟାର୍ସ ପ୍ରୋଗ୍ରାମକୁ ମଧ୍ୟ ଦେଖି ପାରୁଛନ୍ତି ।

ପରିବର୍ତନର ପରିଭାଷା ଖବର । ଜୀବନର ପରିଚୟ ବିବର୍ତନ । ସମୟ ସହ ବିବର୍ତନ ଆମକୁ କରିଛି ଅଧିକ ଜୀବନ୍ତ, ଅଧିକ ସମୟପଯୋଗୀ । କାରଣ ଆମର ବିଶ୍ୱାସ, କ୍ରମବିକାଶ ହିଁ ବିବର୍ତନର ପଥ ପ୍ରଦର୍ଶକ ।