ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉନଥିବାରୁ କେଜ୍ରିୱାଲଙ୍କ ଉପରେ ବର୍ଷିଲେ କୋର୍ଟ । କହିଲେ କ୍ଷମତାକୁ ନିଜ ପାଖରେ ରଖିବା ପାଇଁ ଦେଉନାହାନ୍ତି ଇସ୍ତଫା

4,255

କନକ ବ୍ୟୁରୋ : ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ । ଗିରଫ ହେବାର ଏତେ ଦିନ ପରେ ବି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉନଥିବାରୁ କୋର୍ଟ କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି । ଦେଶର ସ୍ୱାର୍ଥ ଅପେକ୍ଷା ନିଜର ସ୍ୱାର୍ଥକୁ କେଜ୍ରିୱାଲ୍ ଅଧିକ ଗୁରୁତ୍ୱ ଦେଉଛନ୍ତି । କେବଳ କ୍ଷମତାରେ ରହିବା ଉଦ୍ଦେଶ୍ୟରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉନାହାନ୍ତି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତମାସରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡି ଗିରଫ କରିଥିଲା । ମନି ଲଣ୍ଡରିଂ ମାମଲାରେ ସେ ଗିରଫ ହୋଇଛନ୍ତି । କୋର୍ଟ ଏଭଳି କହିବା ପଛର କାରଣ ହେଉଛି, ଏବେ ଦିଲ୍ଲୀ ସରକାରୀ ସ୍କୁଲରେ ଆବଶ୍ୟକ ୟୁନିଫର୍ମ ଏବଂ ବହି ଉପଲବ୍ଧ ନାହିଁ । ତେଣୁ ଯେଉଁମାନେ ଏହି ବହି ଏବଂ ୟୁନିଫର୍ମ ପାଇବେ ବୋଲି ଅପେକ୍ଷା କରିଛନ୍ତି ସେମାନେ ପାଇ ପାରୁ ନାହାନ୍ତି । ଫଳରେ କୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ଦିଲ୍ଲୀ ସରକାର ଛାତ୍ରଛାତ୍ରୀଙ୍କ ବାବଦରେ ଚିନ୍ତା କରିବା ଉଚିତ । ସରକାର କେବଳ ବ୍ୟକ୍ତିଗତ ସ୍ୱାର୍ଥ ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି ସବୁ ବହି ଏବଂ ୟୁନିଫର୍ମ ଆଣିବାକୁ ହେଲେ ଷ୍ଟାଡିଂ କମିଟିର ଅନୁମତି ଆବଶ୍ୟକ । ଆଉ ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ଏହି ସବୁ ସ୍କୁଲ ଷ୍ଟେସନାରୀ, ବହି ଏବଂ ୟୁନିଫର୍ମ ନିଲାମ ଦେଇହେବ ନାହିଁ । ଏହାପରେ କୋର୍ଟ ବିରକ୍ତି ଭାବ ପ୍ରକାଶ କରିଛନ୍ତି । ଏବଂ କେଜ୍ରିୱାଲ କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ।