କଟିଲା କଂଗ୍ରେସ ଆଶାୟୀ ପ୍ରାର୍ଥୀ ମୋହନଙ୍କ ଟିକେଟ । ଟିକେଟ କଟିବା ପରେ ଟଙ୍କା ଫେରାଇବାକୁ ଦାବି କଲେ ମୋହନ ହେମ୍ବ୍ରମ ।

1,022

 

କନକବ୍ୟୁରୋ : ଟିକେଟ୍ କଟିବା ପରେ ଟଙ୍କା ଫେରାଇବାକୁ ଦାବି କଲେ ମୋହନ ହେମ୍ବ୍ରମ୍ । କେନ୍ଦୁଝରରୁ କଂଗ୍ରେସ ଟିକେଟ୍ ଆଶାୟୀ ଥିବା ମୋହନ୍ କିଛି ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରଥମେ ତେଲକୋଇ ବିଧାନସଭା ଓ ପରେ କେନ୍ଦୁଝର ଲୋକସଭା ଆସନରୁ ଲଢିବା ପାଇଁ ତାଙ୍କୁ ଆଶା ଦେଖାଇଥିଲା ଦଳ । ହେଲେ ପରେ ଟିକେଟ୍ ମିଳିଲା ନାହିଁ । ଟିକେଟ କଟିବା ପରେ କଂଗ୍ରେସ ଛାଡ଼ିଛନ୍ତି ମୋହନ ହେମ୍ରମ ଓ ତାଙ୍କ ପତ୍ନୀ ଝୁନା ପଟ୍ଟନାୟକ ।

ଦଳର ପ୍ରାଥମିକ ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପରେ ବର୍ଷିଛନ୍ତି । ଏଆଇସିସି ନିଷ୍ପତି ଲଜ୍ଜିତ କରିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ମୋହନ । ପ୍ରଥମେ ଟିକେଟ ଦେବା ପରେ କାଟି ଦେବା ନିଷ୍ପତି ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ୨୦୧୯ ତେଲକୋଇ ବିଧାନସଭା ପାଇଁ ସେ ପ୍ରସ୍ତୁତ ହେଉଥିଲେ । ସେତେବେଳେ ମଧ୍ୟ ତାଙ୍କୁ ହଠାତ୍ ଲୋକସଭା ପାଇଁ ଲଢିବାକୁ କୁହାଯାଇଥିଲା । ଏଥର ମଧ୍ୟ ପ୍ରାର୍ଥୀ କରିବା ପାଇଁ କଡା ଯାଇଥିଲା । ଏବଂ ସେ ସେଥିପାଇଁ ଦଳକୁ ୫୦ହଜାର ଟଙ୍କା ଦେଇଥିବା କହିଛନ୍ତି ।