ମଇଦାନକୁ ଫେରିଲେ କ୍ରିକେଟର ଋଷଭ ପନ୍ତ । କମବ୍ୟାକ ମ୍ୟାଚରେ ୧୮ ରନ କଲେ ତଥାପି ପାଇଲେ ପ୍ରଂଶସକଙ୍କ ଭରପୁର କରତାଳି 

114

କନକ ବ୍ୟୁରୋ : ୪୫୩ ଦିନର ଅପେକ୍ଷାର ହେଲା ଅନ୍ତ, ପୁଣିଥରେ ପଡିଆକୁ ଓହ୍ଲାଇଲେ ରିଷଭ ପନ୍ଥ । ଆଇପିଏଲ ୨୦୨୪ର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇ ମୈଦାନକୁ ଫେରିଛନ୍ତି ପନ୍ଥ । ଦଳ ପକ୍ଷରୁ ୪ର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସି ୧୩ଟି ବଲରେ ମାତ୍ର ୧୮ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି ରିଷଭ । ୩୦ ଡିସେମ୍ବର ୨୦୨୨ରେ ଉତରାଖଣ୍ଡ ରୁରକି ଠାରେ କାର ଦୁର୍ଘଟଣାର ଶିକାର ହେବା ପରେ କ୍ରିକେଟ ଠରୁ ଦୂରେଇ ରହିଥିଲେ ରିଷଭ । ଦୀର୍ଘ ଦେଢ ବର୍ଷ ପରେ ସୁସ୍ଥ ହୋଇ ସେ ପୁଣିଥରେ ପଡିଆକୁ ଫେରିଛନ୍ତି । ପଞ୍ଜାବ ବିପକ୍ଷ ମ୍ୟାଚରେ ୧୮ରନ୍ କରି ପ୍ୟାଭିଲିଅନକୁ ଫେରିଥିବା ବେଳେ ଉଭୟ ଦଳର ଖେଳାଳି ପନ୍ଥଙ୍କୁ ତାଳି ମାରି ସ୍ୱାଗତ ଜଣାଇଥିବା ଦେଖିବାକୁ ମିଳିଛି ।