ଦିଲ୍ଲୀ ହାଇକୋର୍ଟରୁ କେଜ୍ରିୱାଲଙ୍କୁ ପୁଣି ଝଟକା । ରିମାଣ୍ଡ ବିରୋଧରେ ତତ୍କାଳ ଶୁଣାଣି ଆବେଦନ ଖାରଜ ।

187

କନକ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟକା । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମନମୋହନ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରିଛନ୍ତି । କେଜ୍ରିୱାଲ ତାଙ୍କ ଆବେଦନରେ ଇଡି ରିମାଣ୍ଡ ବିରୋଧରେ ଜଲଦି ଶୁଣାଣି କରିବାକୁ ଅନୁରୋଧ କରିଥିଲେ । ହେଲେ ତାଙ୍କର ଏହି ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।

ଦିଲ୍ଲୀ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, କେଜ୍ରିୱାଲଙ୍କ ଆବେଦନର ଶୁଣାଣି ମାର୍ଚ୍ଚ ୨୭ ତାରିଖ ହୋଲି ଛୁଟି ପରେ କରାଯିବ । ସୋମବାର ଓ ମଙ୍ଗଳବାର ହୋଲି ପାଇଁ କୋର୍ଟ ବନ୍ଦ ରହିବ । ତେବେ କେଜ୍ରିୱାଲ ନିଜ ଆବେଦନରେ ଇଡିର ଗିରଫ ଓ ରିମାଣ୍ଡ ବିରୋଧରେ ଜଲଦି ଶୁଣାଣି କରିବାକୁ ଆବେଦନ କରିଥିଲେ ।

ସୂଚନାଯୋଗ୍ୟ ଯେ, କେଜ୍ରିୱାଲଙ୍କୁ ଦିଲ୍ଲୀର ରାଉଜ୍ ଆଭିନ୍ୟୁ କୋର୍ଟ ଗତକାଲି ୬ ଦିନିଆ ରିମାଣ୍ଡରେ ଇଡି ହେପାଜତକୁ ପଠାଇ ଦେଇଛି । ମାର୍ଚ୍ଚ ୨୮ ତାରିଖ ଦ୍ୱିପହର ୨ଟା ସମୟରେ ଇଡି ତାଙ୍କୁ କୋର୍ଟରେ ହାଜର କରିଥିଲା । ଇଡି ଏହି ମାମଲାରେ ୧୦ ଦିନର ରିମାଣ୍ଡ ମାଗିଥିବାବେଳେ, କୋର୍ଟ କିନ୍ତୁ ଇଡିକୁ ମାତ୍ର ୬ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲା ।