ଭିଜିଲାନ୍ସ ଜାଲରେ ସହିଦନଗର ଥାନାର ଏସଆଇ । ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ।

162

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ସହିଦନଗର ଥାନାର ସବ ଇନସ୍ପେକ୍ଟର ପ୍ରିୟବତ ପ୍ରଧାନ । ଲାଞ୍ଚ ନେବା ବେଳେ ପ୍ରିୟବତଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଜବତ ହୋଇଥିବା ଗାଡ଼ି ଛାଡ଼ିବାକୁ ଟଙ୍କା ମାଗିଥିଲେ ଏସଆଇ । ଏହାପରେ ଗାଡି଼ ମାଲିକ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଅଧିକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ ଟିମ୍ । ଆଉ ଟଙ୍କା ନେବା ସମୟରେ ମାଡି ବସିଛନ୍ତି ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀ ।