ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ଝୁଂଟିପଡିଲେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ । ଗୋଡ ମୋଡି ହୋଇଯିବାରୁ ସିଟ୍ ନିକଟରେ ପଡିଗଲେ ମମତା ବାନାର୍ଜୀ

184

କନକ ବ୍ୟୁରୋ : ଝୁଂଟି ପଡିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ହେଲିକପ୍ଟର ଭିତରେ ସିଟରେ ବସିବାକୁ ଯାଉଥିବା ବେଳେ ଟିଏମସି ସୁପ୍ରିମୋଙ୍କର ପାଦ ମୋଡି ହୋଇଯାଇଥିଲା । ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମ ବର୍ଦ୍ଧମାନର ଦୁର୍ଗାପୁରରୁ ଆସନସୋଲ ଯିବା ପାଇଁ ହେଲିକପ୍ଟରରେ ଚଢିଥିଲେ ମମତା । ଏହାପରେ ଗୋଡ ଖସିଯିବାରୁ ମମତା ତାଙ୍କ ସିଟ୍ ନିକଟରେ ପଡିଯାଇଥିଲେ । ଏହାପରେ ସୁରକ୍ଷାକର୍ମୀ ମମତାଙ୍କୁ ଉଠାଇଥିଲେ । ମମତାଙ୍କ ଗୋଡରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି । ଏହାପରେ ସେ ଆସନସୋଲ ଅଭିମୁଖେ ଯାତ୍ରା କରିଛନ୍ତି ।