Daily Archives

October 15, 2021

ଛତିଶଗଡର ଶୋଭାଯାତ୍ରା ଉପରେ କାର ମାଡିଯିବା ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ୨୦ରୁ ଅଧିକ ଆହତ 

କନକ ବ୍ୟୁରୋ: ଦଶହରାରେ ପଡୋଶୀ ଛତିଶଗଡରେ ବଡ ଦୁର୍ଘଟଣା । ଉତରପ୍ରଦେଶର ଲଖିମପୁର ଖେରୀ ଭଳି ଆଉ ଏକ ଘଟଣା ଘଟିଛି ଛତିଶଗଡ ଜଶପୁରରେ । ମାଆ ଦୁର୍ଗା  ବିସର୍ଜନ ପାଇଁ ଚାଲିଥିବା ଏକ ଶୋଭାଯାତ୍ରା ଉପରେ ଏକ କାର ମାଡିଯାଇଛି । ରାସ୍ତାରେ ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ ଚଢିଯାଇଥିଲା କାର ।…

ଫାଇନାଲ ଲଢେଇ: ଟସ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ

କନକ ବ୍ୟୁରୋ: ଆଜିର ଆଇପିଏଲ ଫାଇନାଲ ଲଢେଇ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ କୋଲକାତା । ଆଜିର ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଚେନ୍ନାଇ । ଉଭୟ ଦଳ ଆଜି ଟାଇଟଲ ଜିତିବା ଲକ୍ଷ୍ୟରରେ ରହିଛନ୍ତି ।

ମୂର୍ତ୍ତି ବିସର୍ଜନ କରିବାକୁ ଯାଉଥିବା ଲୋକଙ୍କ ଉପରେ ମାଡିଗଲା କାର । ଜଣେ ମୃତ, ୧୬ ଆହତ

କନକ ବ୍ୟୁରୋ : ଛତିଶଗଡ ଜଶପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏଠାରେ ମାତା ଦୁର୍ଗାଙ୍କ ମୂର୍ତ୍ତି ବିଷର୍ଜନ କରିବାକୁ ଯାଉଥିବା ଲୋକଙ୍କ ଉପରେ ଏକ କାର ମାଡିଯିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୧୬ ଜଣ ଗୁରୁତର ହୋଇଛନ୍ତି । ଏଭଳି ଦୁର୍ଘଟଣା ଘଟାଇ କାରଟି ପଳାଇଯିବାକୁ…

ଆଣ୍ଡାମାନ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା । ସେଲ୍ୟୁଲାର ଜେଲ ପହଂଚି କହିଲେ, ସାବରକର ଏହାକୁ ବନାଇ ଦେଇଥିଲେ…

କନକ ବ୍ୟୁରୋ :  ଗୃହମନ୍ତ୍ରୀ ଅମିତ ଶାହା ଆଜି ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୁହକୁ ୩ ଦିନିଆ ଗସ୍ତରେ ଯାଇ ପୋର୍ଟ ବ୍ଲେୟର ଠାରେ ପହଂଚିଛନ୍ତି । ସେଠାରେ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହି ୩ ଦିନିଆ ଗସ୍ତ ବେଳେ ଶାହା ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ ବୋଲି ଜଣାପଡିଛି ।…

ପାକିସ୍ତାନକୁ ନାଲିଆଖି ଦେଖାଇଲା ତାଲିବାନ: କାବୁଲରେ ଫ୍ଲାଇଟ ଲ୍ୟାଣ୍ଡ ନକରିବାକୁ ଦେଲା ଧମକ

କନକ ବ୍ୟୁରୋ: ଆଫଗାନିସ୍ତାନ ଦଖଲ ବେଳେ ତାଲିବାନକୁ ଅନେକ ସମର୍ଥନ କରିଥିଲା ପାକିସ୍ତାନ । ନର୍ଦ୍ଦନ ଏଲାଇନ୍ସ ସହ ଲଢେଇ ହେଉକି ତାଲିବାନକୁ ସରକାରୀ ମନ୍ୟତା ଦେବା ସବୁଥିରେ ତାଲିବାନକୁ କରିଥିଲା ସମର୍ଥନ । ହେଲେ ଏବେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଛି । ଏବେ ତାଲିବାନ କାବୁଲରୁ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ୨୨ ଦିନରେ ୭୫୦ କିଲୋମିଟର ପଦଯାତ୍ରା କଲେ ବୃଦ୍ଧ । ପଢନ୍ତୁ, କେମିତି କଲେ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟ କରିବାକୁ ୭୫୦ କିଲୋମିଟର ପଦଯାତ୍ରା । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି କରିବାକୁ ୨୨ ଦିନରେ ଚାଲି ଚାଲି ଅତିକ୍ରମ କରିଛନ୍ତି ୭୫୦ କିଲୋମିଟର ରାସ୍ତା । ଆଉ ଶେଷରେ…