ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କଲେ ନରେନ୍ଦ୍ର ମୋଦୀ । ଉତ୍ତରପ୍ରଦେଶରେ କଲେ ବିଶାଳ ରୋଡ୍ ସୋ’

100

କନକ ବ୍ୟୁରୋ: ତୃତୀୟ ପଯ୍ୟାୟ ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ହେଇଛି ମୋଦୀଙ୍କ ପ୍ରଥମ ଅଯୋଧ୍ୟା ଗସ୍ତ । ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପରେ ଅଯୋଧ୍ୟାରେ ବିଶାଳ ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ । ସୁଗ୍ରୀବ କିଲାରୁ ଲତା ଚୌକ ଯାଏ ରୋଡ ସୋ କରିଛନ୍ତି । ମୋଦୀଙ୍କ ସହ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ପ୍ରାର୍ଥୀ ଲଲୁ ସିଂହ । ମୋଦୀଙ୍କୁ ଦେଖିବାକୁ ରାସ୍ତାରେ ଭିଡ଼ ସହ ଫୁଲ ବର୍ଷା କରିଛନ୍ତି ଲୋକେ । ଅଯୋଧ୍ୟା ଗସ୍ତ ନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଯୋଧ୍ୟାବାସୀଙ୍କ ହୃଦୟ ପ୍ରଭୁ ଶ୍ରୀରାମଙ୍କ ଭଳି ବୋଲି ଲେଖିଛନ୍ତି ମୋଦୀ । ଏଥିସହ ତାଙ୍କୁ ଆଶୀର୍ବାଦ ଦେବାକୁ ଆସିବାକୁ ଥିବା ଜନତାଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି ।