ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ । ମୁଣ୍ଡରେ ଲାଗିଛି ଆଘାତ, କାରଣ ଅସ୍ପଷ୍ଟ

1,001

କନକ ବ୍ୟୁରୋ: ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ । ଗୁଣ୍ଡିଚା ମନ୍ଦିର ନିକଟରେ ପ୍ରଚାର ପାଇଁ ବୁଲୁଥିବା ବେଳେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ । ଇଟା, ପଥର ସହ ବୋତଲରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଉମାଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ । କିଏ ଓ କାହିଁକି ଆକ୍ରମଣ କରିଛି ତାହା ଜଣାପଡ଼ି ନାହିଁ । ଏନେଇ କୁମ୍ଭାରପଡ଼ା ଥାନାରେ ଏତଲା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । କାଲି ଉମାବଲ୍ଲଭ ନୋମିନେସନ କରିବାକୁ ଥିବା ବେଳେ ସେ ଏଥିପାଇଁ ପୋଲିସ ସୁରକ୍ଷା ମଧ୍ୟ ଲୋଡ଼ିଛନ୍ତି । ପୁରୀ ବିଧାନସଭା ଆସନ ପାଇଁ ସୁଜିତ ମହାପାତ୍ରଙ୍କ ଟିକେଟ କଟିଥିବା ବେଳେ ଉମାଙ୍କୁ ପ୍ରାର୍ଥୀ କରିଛି ଦଳ । ଯାହାକୁ ନେଇ ସୁଜିତଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଉମା ଏହି ରୋଶର ଶିକାର ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।