ଗୋଲାପ ଚାଷର ଗାଁ ଭାବରଚାନ୍ଦ: ରତିକାନ୍ତଙ୍କ ଫୁଲ ଚାଷ ପାଇଁ ଗାଁକୁ ମିଳିଛି ସ୍ୱତନ୍ତ୍ର ପରିଚୟ

89

କନକ ବ୍ୟୁରୋ: ସମୟ ଥିଲା ଜମିରେ ଚାଷ କରି ସେତେ ଭଲ ଲାଭବାନ ହୋଇ ପାରୁନଥିଲେ।ଶେଷରେ ସେ ନିଷ୍ପତି ନେଲେ ଗୋଲାପ ଚାଷ କରିବେ ଆଉ ଭଲ ଦି ପଇସା ରୋଜଗାର କରିବେ।ସେହିଆ ହିଁ ହେଲା।ପ୍ରଥମେ ଗୋଲାପ ଚାଷ କରିବା ପରେ ସେ ଦେଖିଲେ ଭଲ ଦି ପଇସା ଲାଭ ହେଉଛି।ଏକର ସମ୍ପତି ପରିବର୍ତେ ୭ ଏକର ଜମିରେ ଗୋଲାପ ଚାଷ କଲେ।ଆଉ ତାଙ୍କୁ ସହଯୋଗ କରିବା ପାଇଁ ଛ ସାତ ଜଣଙ୍କୁ ନିଯୁକ୍ତି ଦେଲେ।ଆଉ ଚାଲିଲା ଗୋଲାପ ଚାଷ। ଏଥିରେ ନିଯୁକ୍ତି ପାଇଥିବା ଲୋକମାନେ ମଧ୍ୟ ତାଙ୍କ ପାରିଶ୍ରମିକ ନେଇ ପରିବାର ପ୍ରତିପୋଷଣ କରିପାରୁଛନ୍ତି। ଫଳରେ ଗାଁ ଲୋକ ମାନେ ଏହି ଗୋଲାପ ଚାଷକୁ ଦେଖି ସେମାନେ ମଧ୍ୟ କିଛି କିଛି ଜମି ଚାଷ କରି ବେଶ ଲାଭବାନ ହେଲେ।ଫଳରେ ଜିଲ୍ଲା ବାହାରୁ ମଧ୍ୟ ବେବସାୟୀ ଓ ସାଧାରଣ ଲୋକ ଓ ଧର୍ମାନୁଷ୍ଠାନ ମାନ ଆସିଲେ ଗୋଲାପ କିଣିବାକୁ।ଏବଂ ଗୋଲାପ ପାଇଁ ଏ ଗାଁ ର ପ୍ରସିଦ୍ଧି ଲାଭ କଲା।ଫଳରେ ସେବେ ଠାରୁ ଏହି ଗାଁକୁ ଗୋଲାପ ର ଗାଁ ବୋଲି କହନ୍ତି।ଏଭଳି ଚାଷ ଦେଖିବାକୁ ମିଳେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବଂଧୁପୁର ପଂଚାୟତ ଭାବରଚାନ୍ଦ ଗାଁ ରେ।

ପରିଚୟ ଦେଇଛି ଗୋଲାପ ଚାଷ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧୁପୁର ପଂଚାୟତ ଅନ୍ତର୍ଗତ ଭାବରଚାନ୍ଦ ଗାଁର ରତିକାନ୍ତ ମହାନ୍ତି । ଜଣେ ସଫଳ ଫୁଲ ଚାଷୀ ଭାବେ ସ୍ଥାନୀୟ ଅଂଚଳରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ବି.ଏ. ପାସ୍ କରିବା ପରେ ନିଜସ୍ୱ ଉଦ୍ୟମରେ ରୋଜଗାର କରିବା ପାଇଁ ଆରମ୍ଭ କଲେ ଫୁଲ ଚାଷ । ଯାହା ତାଙ୍କୁ ଏବେ ବେଶ ସଫଳତା ଦେଇଛି । ଦୀର୍ଘ ୧୫ ବର୍ଷ ହେଲା ସେ ଏହି ଚାଷ କରୁଛନ୍ତି । ତାଙ୍କ ଜମିରେ ଲାଲ ଓ ଧଳା ରଙ୍ଗର ଗୋଲାପ ଫୁଟିଛି । ଯାହା ବଜାରରେ ବେଶ ଚାହିଦା ରହିଛି । ଉଦ୍ୟାନ ବିଭାଗ ଓ ସରକାରୀ ସହାୟତାରେ ସେ ଏହି ଫୁଲ ଚାଷକୁ ଆଗକୁ ବଢ଼ାଇଛନ୍ତି । ତାଙ୍କୁ ସହଯୋଗ କରିବା ପାଇଁ ସେ ୬ରୁ ୭ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କ ଚାଷ ଜମିରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି କର୍ମଚାରୀ । ଜିଲ୍ଲା ତଥା ଜିଲ୍ଲା ବାହାରୁ ବ୍ୟବସାୟୀ ମାନେ ଆସି ତାଙ୍କ ଚାଷ ଜମି ନିକଟରୁ ଫୁଲ କିଣି ନିଅନ୍ତି । ବିଭିନ୍ନ ମନ୍ଦିରକୁ ମଧ୍ୟ ଫୁଲ ବିକ୍ରି କରନ୍ତି ରତିକାନ୍ତ । ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ କମ୍ ଗୋଲାପ ଫୁଟୁଛି । ରୋଜଗାର ମଧ୍ୟ ପୂର୍ବ ଅପେକ୍ଷା କମ୍ ହେଉଛି ।

ଖାଲି ଗୋଲାପ ନୁହେଁ ଗେଣ୍ଡୁ ଚାଷ ମଧ୍ୟ କରୁଛନ୍ତି ରତିକାନ୍ତ । ଏକର ଏକର ଜମିରେ ଗେଣ୍ଡୁ ଚାଷ ହୋଇଛି । କଟକ, ଭୁବନେଶ୍ୱର, ଯାଜପୁର, ଜଗତସିଂହପୁର ଭଳି ଜିଲ୍ଲାକୁ ରପ୍ତାନୀ ହେଉଛି ତାଙ୍କ ଜମିରୁ ବାହାରୁଥିବା ଫୁଲ । ଅନ୍ୟ ପାରମ୍ପରିକ ଚାଷରୁ ଲାଭ ନମିଳିବାରୁ ଚାଷୀ ମାନେ ଚାଷ କାମରୁ ମୁହଁ ଫେରାଉଛନ୍ତି । କିନ୍ତୁ ରତିକାନ୍ତ ଫୁଲ ଚାଷ କରି ବେଶ ସଫଳ ହୋଇଛନ୍ତି । ନିଜେ ଫୁଲ ଗଛର ସମସ୍ତ ଯତ୍ନ ନିଅନ୍ତି । ଫୁଲ ତୋଳିବା ଠାରୁ ଆରମ୍ଭ କରି ବିକ୍ରି କରିବା ପର୍ଯ୍ୟନ୍ତ କର୍ମଚାରୀଙ୍କ ସହ ମିଶି କରୁଛନ୍ତି ରତିକାନ୍ତ । ଏହି କାମରୁ ତାଙ୍କୁ ବେଶ ଆତ୍ମସନ୍ତୋଷ ମିଳୁଥିବା ସେ କହିଛନ୍ତି ।

ଫୁଲ ସହ ବିଭିନ୍ନ ପ୍ରକାରର ପନିପରିବା ଚାଷ କରୁଛନ୍ତି ରତିକାନ୍ତ । ୧୫ ବର୍ଷ ହେଲା ଫୁଲ ଓ ପନିପରିବା ଚାଷ କରି ସେ ଲାଭବାନ ହେଉଛନ୍ତି । ତାଙ୍କ ଫୁଲ ଚାଷ ପାଇଁ ତାଙ୍କ ଗାଁକୁ ମଧ୍ୟ ଲୋକମାନେ ଗୋଲାପର ଗାଁ ବୋଲି କୁହନ୍ତି । ସ୍ଥାନୀୟ ଅଂଚଳର ଅନ୍ୟ ଚାଷୀ ରତିକାନ୍ତଙ୍କ ଠାରୁ ଅନୁପ୍ରାଣୀତ ହୋଇ ଫୁଲ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।