ଆଣ୍ଡାମାନ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା । ସେଲ୍ୟୁଲାର ଜେଲ ପହଂଚି କହିଲେ, ସାବରକର ଏହାକୁ ବନାଇ ଦେଇଥିଲେ ତୀର୍ଥସ୍ଥଳୀ

79

କନକ ବ୍ୟୁରୋ :  ଗୃହମନ୍ତ୍ରୀ ଅମିତ ଶାହା ଆଜି ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୁହକୁ ୩ ଦିନିଆ ଗସ୍ତରେ ଯାଇ ପୋର୍ଟ ବ୍ଲେୟର ଠାରେ ପହଂଚିଛନ୍ତି । ସେଠାରେ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହି ୩ ଦିନିଆ ଗସ୍ତ ବେଳେ ଶାହା ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ ବୋଲି ଜଣାପଡିଛି ।

ଗସ୍ତର ପ୍ରଥମ ଦିନରେ ସେ ଆଜି ପୋର୍ଟ ବ୍ଲେୟରେ ଥିବା ଐତିହାସିକ ସେଲ୍ୟୁଲର ଜେଲରେ ପହଂଚିଛନ୍ତି । ସେଠାରେ ସେ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋରେ ମାଲ୍ୟାପଣ କରିବା ସହ ଜେଲରେ ସେହି କକ୍ଷରେ ପହଂଚିଥିଲେ ଯେଉଁଠାରେ ସବରକର ବନ୍ଦୀ ଜୀବନ କାଟିଥିଲେ । ସେଠାରେ ସେ ସବରକରଙ୍କ ଶ୍ରଦ୍ଧାଞ୍ଜଳୀ ଦେବା ଅବସରରେ ତାଙ୍କୁ ଜଣେ ସଚ୍ଚା ଦେଶଭକ୍ତ ବୋଲି କହିଥିଲେ ।

ସେ ଆହୁରି କହିଥିଲେ କି ସବରକର ସେଲ୍ୟୁଲାର ଜେଲକୁ ତୀର୍ଥସ୍ଥଳୀରେ ବଳାଇଦେଇଥିଲେ । ସେ ଦୁନିଆକୁ ସୂଚାଇ ଦେଇଥିଲେ କି କେତେ ବି ଜାତନା ଦିଅ ହେଲେ କୌଣସି ଲୋକର ଅଧିକାର ଛଡାଇ ନିଆଯାଇ ପାରିବ ନାହିଁ । ଶାହା କହିଥିଲେ ଯେ ସବରକର କହିଥିଲେ ଦେଶକୁ ସ୍ୱାଧୀନତା ଦେବା ତାଙ୍କର ଜନ୍ମଗତ ଅଧିକାର । ସବରକର ଏଇଠାରେ ତାଙ୍କ ସ୍ୱାଧୀନତା ଆନ୍ଦୋଳନ ସମାପ୍ତ କରିଥିଲେ ବୋଲି ଶାହା ଆଜି କହିଛନ୍ତି । ସେ ବିରୋଧୀ ମାନଙ୍କୁ କହିଛନ୍ତି କି ଯେଉଁମାନେ ସବରକରଙ୍କୁ ବିରୋଧ କରୁଛନ୍ତି ସେମାନେ ଥରେ ଏଠାକୁ ଆସି ବୁଲି ଯାଆନ୍ତୁ ।

ସେ ଆହୁରି କହିଛନ୍ତି କି ସବରକରଙ୍କୁ କେହି ବୀର ଉପାଧି ଦେଇ ନାହାଁନ୍ତି । ଦେଶର ୧୩୧ କୋଟି ଲୋକ ତାଙ୍କର ବୀରତା ଓ ଦୁସାହସିକତାକୁ ଦେଖି ତାଙ୍କୁ ବୀରର ଉପାଧି ଦେଇଛନ୍ତି ।