ବିଜେଡି ସଭା ମଞ୍ଚରେ ହୋହାଲ୍ଲା । ଲେଖାଶ୍ରୀ ସାମନ୍ତସିଂହାର, ଗୌତମବୁଦ୍ଧ ଦାସଙ୍କ ଉପସ୍ଥିତିରେ ବିଜେଡିର ଦୁଇ ନେତା କଥା କଟାକଟି ।

4,804

କନକ ବ୍ୟୁରୋ: ବିଜେଡି ସଭା ମଞ୍ଚରେ ହୋହାଲ୍ଲା । ବାଲେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଏବଂ ଭୋଗରାଇ ପ୍ରାର୍ଥୀ ଗୌତମବୁଦ୍ଧ ଦାସଙ୍କ ଉପସ୍ଥିତିରେ ବିଜେଡିର ଦୁଇ ନେତା କଥା କଟାକଟି ହୋଇଛନ୍ତି । କଥା ଏତେ ବିଗିଡିଯାଇଥିଲା ଯେ ଉପସ୍ଥିତି ଲୋକେ ସଭା ଛାଡିପଳାଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଭୋଗରାଇ ଗୋଛୀଦାତେଘିରି ପଞ୍ଚାୟତରେ ଅନୁଷ୍ଠିତ ଏକ ନିର୍ବାଚନୀ କାର୍ଯକ୍ରମରେ ।

ସଭା ମଞ୍ଚରେ ଭୋଗରାଇ ବ୍ଲକ ଚେୟାରମେନଙ୍କ ସହ ଜିଲ୍ଲା ଉପସଭାପତି ଯୁକ୍ତିତର୍କ ଲାଗୁଥିବାର ଭିଡିଓ ସାମ୍ନାକୁ ଆସିଛି । ମଞ୍ଚ ପରିଚାଳନା କରିବାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଏଭଳି ବିବାଦ ଦେଖିବାକୁ ମିଲିଛି । ଜଣେ ନେତାଙ୍କଠୁ ଆଉ ଜଣେ ମାଇକ୍ରୋଫୋନ ଛଡାଇ ନେବା ପରେ ବିବାଦ ଆହୁରୀ ବଢିଥିଲା । କିଛି ଲୋକ ଅତିଷ୍ଟ ହୋଇ ସଭା ଛାଡିଥିଲେ । ପରେ ଗୌତମବୁଦ୍ଧ ଦାସ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।