ପ୍ରାର୍ଥୀଙ୍କ ସତ୍ୟପାଠକୁ ନେଇ ଆସିଲା ଏଡିଆର ରିପୋର୍ଟ । ଜାଣନ୍ତୁ ଦୀପାଳି ଓ ସୋଫିଆ ଫିର୍ଦ୍ଦୋସଙ୍କ ନାଁରେ ରହିଛି କେତେ ସମ୍ପତ୍ତି…

4,950

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ ଦାଖଲ କରିଥିବା ୩୭ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ସେମାନଙ୍କ ଚିଠା ଖୋଲିଲା ଏଡଆର ଓ ଓଡ଼ିଶା ଇଲେକସନ ୱାଚ । ବିଜେପିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ । ତାଙ୍କର ୪୧କୋଟି ୮୯ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ସେହିପରି କମ୍ ଟଙ୍କା ଥିବା ପ୍ରାର୍ଥୀ ହେଉଛନ୍ତି ପ୍ରମିଳା ପୂଜାରୀ । କୋରାପୁଟ ଲୋକସଭା ଆସନରୁ ଏସୟୁସିଆଇର ପ୍ରାର୍ଥୀ ପ୍ରମିଳା ପୂଜାରୀ । ତାଙ୍କର ବିଭିନ୍ନ ବ୍ୟାଙ୍କ ଖାତାରେ ପ୍ରାୟ ୪୧ ହଜାର ଟଙ୍କା ରହିଛି । ନିର୍ବାଚନ ପାଇଁ ଲୋକଙ୍କ ଠାରୁ ଆଦାୟ କରାଯାଇଥିବା ଟଙ୍କାକୁ ବିଭିନ୍ନ ବ୍ୟାଙ୍କ ଖାତାରେ ରଖିଛନ୍ତି ।

ଦୀପାଳିଙ୍କ ସମ୍ପତ୍ତି:

ଦୀପାଳିଙ୍କ ସମ୍ପତ୍ତି ୧୫ କୋଟିରୁ ଅଧିକ
ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୪ କୋଟି ୪୭ ଲକ୍ଷ
ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୩ ଲକ୍ଷ ୬୯ ହଜାର
ଦୀପାଳିଙ୍କ ପାଖରେ ରହିଛି ମାତ୍ର ୨୦ ଗ୍ରାମର ଗହଣା
ଗହଣାର ମୂଲ୍ୟ ୧ ଲକ୍ଷ ୪୬ ହଜାର ଟଙ୍କା
ହାତରେ ଅଛି ମାତ୍ର ୫୨ ହଜାର ନଗଦ ଟଙ୍କା
ଦୀପାଳିଙ୍କ ନାଁରେ କୌଣସି ଗାଡି଼
ଦୀପାଳିଙ୍କ ନାଁରେ ନାହିଁ କୌଣସି ଋଣ
ସମ୍ବଲପୁର ଆକ୍ସିସ୍ ବ୍ୟାଙ୍କରେ ୫ ଲକ୍ଷ ୫୫ ହଜାର ଟଙ୍କା
ଆଇସିଆଇସିଆଇ ବ୍ୟାଙ୍କରେ ୧୧ ଲକ୍ଷ ୫୨ ହଜାର ଟଙ୍କା
ଭୁବନେଶ୍ୱର ୟୁକୋ ବ୍ୟାଙ୍କରେ ୧୦ ଲକ୍ଷ ୬୩ ହଜାର ଟଙ୍କା
ବ୍ୟାଙ୍କ୍ ଅଫ୍ ବରୋଦା ଝାରସୁଗୁଡ଼ାରେ ୩୩ ଲକ୍ଷ ୯୯ ହଜାର ଟଙ୍କା

ସୋଫିଆଙ୍କ ସମ୍ପତ୍ତି:
ସୋଫିଆଙ୍କ ସମ୍ପତ୍ତି ସାଢ଼େ ୩ କୋଟିରୁ ଅଧିକ
ପାଖରେ ଅଛି ୮ଲକ୍ଷ ୫୭ ହଜାର ନଗଦ ଟଙ୍କା
ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୫୩ ଲକ୍ଷ ଟଙ୍କା
ପାଖରେ ଅଛି ୪୫୦ ଗ୍ରାମ ସୁନା ଓ ୯୦୦ ଗ୍ରାମ ରୁପା ଗହଣା
ପାଖରେ ଅଛି ୨୯ ଲକ୍ଷ ଟଙ୍କାର ସୁନା ଗହଣା
ପାଖରେ ଅଛି ଅଡି କାର୍, ଯାହାର ବର୍ତ୍ତମାନ ମୂଲ୍ୟ ୧୨ ଲକ୍ଷ ୫୦ ହଜାର
ସୋଫିଆଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୧୧ ଲକ୍ଷ
ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧୩ ଶହ ୨୭ ଟଙ୍କା
ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧୦ ହଜାର ଟଙ୍କା
ଚୌଧୁରୀ ବଜାର ଆଇସିଆଇସିଆଇ ବ୍ୟାଙ୍କରେ ଅଛି ୨ ଲକ୍ଷ ୭୩ ହଜାର ଟଙ୍କା