Daily Archives

May 14, 2021

‘ନିଶ୍ୱାସ’ ହେଲାନି ନିଜର । ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ,…

କନକ ବ୍ୟୁରୋ : ଦିଲ୍ଳୀ ଭଳି ଗୋଆରେ ଅମ୍ଳଜାନ ସଂକଟ । ସବୁଠାରୁ ଅଧିକ ମୁଣ୍ଡପିଛା ଆୟ ହିସାବରେ ଦେଶର ପ୍ରଥମ ରାଜ୍ୟ ଗୋଆରେ ଏବେ କରୋନା ଭୟଙ୍କର ରୂପ ଧାରଣ କରିଛି । ଲୋକ ସଂଖ୍ୟା ଦୃଷ୍ଟିରୁ ଏହି ରାଜ୍ୟ ବହୁତ ଛୋଟ ହୋଇଥିଲେ ଦୈନିକ ସଂକ୍ରମଣ ବଢ଼ିଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ…

ପେଟକୁ ଗଲାନି ଖାଦ୍ୟ, ଆହାର ବନିଲା ଅଳିଆ । କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ୨ ହଜାର ଲୋକଙ୍କ ଖାଇବା ଫିଙ୍ଗିଦେଲା…

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୋକର ଏଭଳି କିଛି ବିକଳ ଚିତ୍ର ଆପଣଙ୍କ ନଜରକୁ ମଧ୍ୟ ଆସିଥିବ । ଯେଉଁଠି କିଏ ଡଷ୍ଟବିନ୍ରୁ ଖାଉଇବା ଗୋଟାଉଛି, ତ ଆଉ କିଏ ତଳୁ ଖାଇବା ଉଠାଇ ଖାଉଛି । ଏମିତି କି ରାଜଧାନୀ ଭୁବନେଶ୍ୱରରେ ପେଟର ଭୋକ ମେଂଟାଉଛି ଆହାର କେନ୍ଦ୍ର । ହେଲେ ଏଠାରେ ଜଣେ ବୁଢ଼ି ମା’…

କୋଭିଡ୍ ଯୁଦ୍ଧରେ ଜିତିଲା କୁନି ଯୋଦ୍ଧା । ୨୫ ଦିନର ଶିଶୁ କରୋନାରେ ହୋଇଥିଲା ଆକ୍ରାନ୍ତ,  ୧୦ ଦିନ ଭେଣ୍ଟିଲେଟରରେ…

କନକ ବ୍ୟୁରୋ : ଦ୍ୱିତୀୟ ଲହରରେ କରୋନା ସୁନାମି ଭଳି ମାଡି ଚାଲିଛି । ଏହି ଲହରରେ କୋଭିଡ୍ ଭାଇରସ୍ ପ୍ରଥମ ଲହର ତୁଳନାରେ ଅଧିକ ଭୟଙ୍କର ହୋଇଛି । ଗତ ଲହର ତୁଳନାରେ ଏଥର ଅଧିକ ସଂଖ୍ୟାରେ ଯୁବକ ଓ ଛୋଟ ପିଲାଙ୍କୁ ଆକ୍ରାନ୍ତ କରୁଛି । ଏପରିକି ବହୁ ସଂଖ୍ୟାରେ ଯୁବକଙ୍କର ଜୀବନ ବି ନେଉଥିବା ଖବର…

ଆସିଲା ରୁଷିଆ ଟିକାର ଦାମ । ୫ ପ୍ରତିଶତ ଜିଏସଟି ସହିତ ଦେବାକୁ ପଡ଼ି ୯୯୫ ଟଙ୍କା । ସେପଟେ ହାଇଦ୍ରାବାଦରେ ଦିଆଗଲା ଋଷ…

କନକ ବ୍ୟୁରୋ: କୋଭିସିଲ୍ଡ ଓ କୋଭାକ୍ସିନ୍ ପରେ ଖୁବଶୀଘ୍ର ଉପଲବ୍ଧ ହେବ ରୁଷିଆ ଟିକା ‘ସ୍ପୁଟ୍ନିକ୍ ଭି’ । ରୁଷିଆରୁ ଆସିଥିବା ସ୍ପୁଟନିକ୍ ଭି’ର ଗୋଟିଏ ଡୋଜ୍ର ଦାମ ୯୯୫ ଟଙ୍କା ୪୦ ପଇସା ପଡ଼ିବ ବୋଲି ବିଜ୍ଞପ୍ତି ଜାରି କରିଛି ଡକ୍ଟର ରେଡି’ସ୍ ଲାବୋରେଟୋରିଜ୍ । ଟିକାର ଦାମ ୯୪୮ ଟଙ୍କା ଓ ୫…

ଦେଶରେ କମୁଛି, ରାଜ୍ୟରେ ବଢୁଛି ସଂକ୍ରମଣ । ଓଡ଼ିଶାରେ ଦୈନିକ ସଂକ୍ରମଣରେ ରେକର୍ଡ, ୨୪ ଘଂଟାରେ ୧୨ ହଜାର ୩୯୦ ପଜିଟିଭ୍,…

କନକ ବ୍ୟୁରୋ: ଲକଡାଉନ, ସଟଡାଉନ୍ ଭଳି ଶକ୍ତ କଟକଣା ପରେ ବି ରାଜ୍ୟରେ ତଳ ମୁହାଁ ହେଉନି କରୋନା ଗ୍ରାଫ୍ । ଗତ ୨୪ ଘଂଟାରେ ପୁଣିଥରେ ଲମ୍ବା ଡିଆଁ ମାରିଛି ଦୈନିକ ସଂକ୍ରମଣ । ୫୬ ହଜାର ୨୧୪ କରୋନା ପରୀକ୍ଷା ହୋଇଥିବା ବେଳେ ୧୨ ହଜାର ୩୯୦ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଯାହାକି…

ହଜାରେ ତଳେ ରାଜଧାନୀରେ ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯୮୮ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୭୭୭…

କନକ ବ୍ୟୁରୋ: ଭୁବନେଶ୍ୱରରେ ଆଜି ହଜାରେ ତଳେ ରହିଛି ସଂକ୍ରମଣ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୯୮୮ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରରୁ ୧୬୬ ଜଣ ଚିହ୍ନଟ ହୋଇଥିବା ବେଳେ ୮୨୨ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୭୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…