ହଜାରେ ତଳେ ରାଜଧାନୀରେ ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯୮୮ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୭୭୭ ଜଣ
କନକ ବ୍ୟୁରୋ: ଭୁବନେଶ୍ୱରରେ ଆଜି ହଜାରେ ତଳେ ରହିଛି ସଂକ୍ରମଣ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୯୮୮ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରରୁ ୧୬୬ ଜଣ ଚିହ୍ନଟ ହୋଇଥିବା ବେଳେ ୮୨୨ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୭୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା, ଚିନ୍ତାମଣିଶ୍ୱର, ଏଜି କଲୋନୀ, ପଳାସପଲ୍ଲୀ, ପୋଖରୀପୁଟ, ଶୈଳଶ୍ରୀବିହାର, ସାମନ୍ତରାପୁର ଆଦି ଅଞ୍ଚଳରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ଭୁବନେଶ୍ୱରରେ ୫୯,୧୬୩ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୪୭,୪୩୫ ଜଣ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଆହୁରି ୧୧,୪୧୮ କରୋନା ପଜିଟିଭ ଭୁବନେଶ୍ୱରରେ ସକ୍ରିୟ ରହିଛନ୍ତି ।