ଜମୁଛି ନିର୍ବାଚନୀ ପ୍ରଚାର । ବିଭିନ୍ନ ସ୍ଥାନରେ ରାଜନୈତିକ ମାହୋଲ ବେଶ ସରଗରମ, ଭିନ୍ନ ଭିନ୍ନ ମୁଦ୍ଦା ନେଇ ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ

57

କନକ ବ୍ୟୁରୋ : ବିଭିନ୍ନ ସ୍ଥାନରେ ରାଜନୈତିକ ମାହୋଲ ବେଶ ସରଗରମ ହୋଇପଡିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ବି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ଜୋରଦାର ପ୍ରଚାର ଚାଲିଛି । ଏହା ସହ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମଧ୍ୟ ସାମିଲ ହୋଇଛନ୍ତି । ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ନୂଆ ମୁହଁକୁ ମିଳିଛି ଦାୟିତ୍ୱ । ୧ ନମ୍ବର, ୨ ଓ ୩ନମ୍ବର ଜୋନ୍ରେ ଆରମ୍ଭ ହୋଇଛି ଜୋରଦାର ପ୍ରଚାର । ତେବେ ଏହି ପ୍ରଚାର ସମୟରେ ପ୍ରବଳ ଜନ ସମର୍ଥନ ଦେଖିବାକୁ ମିଳିଛି ।

 ସେହିଭଳି ବାଦ୍ ପଡିନି କେନ୍ଦ୍ରାପଡା । କଂଗ୍ରେସ ପ୍ରାର୍ଥୀ ଡାକ୍ତର ଦେବସ୍ମିତା ଶର୍ମାଙ୍କ ପ୍ରଚାର ଜୋରଦାର ଚାଲିଛି । ବିଭିନ୍ନ ସ୍ଥାନରେ ତାଙ୍କର ପ୍ରଚାର ଜୋରଦାର ଥିବା ବେଳେ ରୋଗୀ ଦେଖା ମଧ୍ୟ ଚାଲିଛି । କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳିର କଂଗ୍ରେସ ଦଳର ପ୍ରାର୍ଥୀ ହେଉଛନ୍ତି ଡାକ୍ତର ଦେବସ୍ମିତା ଶର୍ମା । ଏବେ ପଂଚାୟତର ପ୍ରତି ଘରକୁ ଘର ଯାଇ ନିଜ ସପକ୍ଷରେ ଭୋଟ୍ ସଂଗ୍ରହ କରିବାରେ ଲାଗିଛନ୍ତି ଦେବସ୍ମିତା । ରୋଗୀ ଦେଖିବା ସହ ବୁଲି ବୁଲି ପ୍ରଚାରରେ ଲାଗିଛନ୍ତି । ଆଉ ଜନସମର୍ଥନରେ ଲାଗିପଡିଛନ୍ତି । ଲୋକଙ୍କ ଭରସା ଜିତବାକୁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି ଦେବସ୍ମିତା