ପ୍ରଥମ ନିର୍ବାଚନର ସାକ୍ଷୀ ଶତାୟୁ ଭୋଟର । ଗୁଣୁପୁରର ଗୁଣମଞ୍ଜରି ଓ ଗୌରଚନ୍ଦ୍ର ପାଢୀ, ବୟସ ଶହେ ପାର୍ କରିଥିଲେ ବି କର୍ତ୍ତବ୍ୟ ପ୍ରତି ସଚେତନ

117

କନକ ବ୍ୟୁରୋ : ପ୍ରଥମ ନିର୍ବାଚନର ସାକ୍ଷୀ ଶତାୟୁ ଭୋଟର ଗୁଣମଞ୍ଜରି ଓ ଗୌରଚନ୍ଦ୍ର ପାଢୀ । ବୟସ ଶହେ ପାର୍ କଲାଣି । ହେଲ କମିନି ଭୋଟ୍ ଦେବାର ଉତ୍ସାହ । ନିର୍ବାଚନ ସମୟ ଆସିଲେ ନିଜ ମତଦାନ କରିବାକୁ ଭୁଲନ୍ତି ନାହିଁ ଏହି ଶତାୟୁ ଭୋଟର୍ । ଦୁଇ ଜଣ ଶତାୟୁ ଭୋଟର ହେଉଛନ୍ତି ଗୁଣୁପୁର ପୌର ପରିଷଦ ଅଂଚଳର ଗୁଣମଞ୍ଜରି ବେବର୍ତା ଓ ଶାନ୍ତିନଗର ଅଂଚଳର ଗୌରଚନ୍ଦ୍ର ପାଢୀ । ସମସ୍ତ ନିର୍ବାଚନରେ ମତଦାନ କରିଆସୁଛନ୍ତି । ଗୁଣମଂଜରି ଜମାରୁ ବିଦ୍ୟାଳୟ ମାଟି ମାଡିନାହାନ୍ତି । ହେଲେ ବି ତାଙ୍କର ୫ଟି ଭିନ୍ନ୍ ଭିନ୍ନ ଭାଷାରେ ରହିଛି ଦକ୍ଷତା । ଗୁଣମଂଜରି ଏବେ ଶହେ ପାର୍ କରିଗଲେଣି । ଶଯ୍ୟାଶାୟୀ ମଧ୍ୟ ହୋଇପଡିଛନ୍ତି । ହେଲେ ମତଦାନ କରିବାକୁ ପଛଘୁଂଚା ଦେଇନାହାନ୍ତି । ସେହିଭଳି ଗୌରଚନ୍ଦ୍ର ମଧ୍ୟ ଚଳିତଥର ନିଜ ମତଦାନ କରିବାକୁ ପଛଘୁଂଚା ଦେଇନାହାନ୍ତି । ନିଜ ମତ ସାବ୍ୟସ୍ତ କରିବାକୁ ସେ ମଧ୍ୟ ପ୍ରସ୍ୁୁତ ରହିଥିବା କହିଛନ୍ତି ।

ବୟସର ଅପରାହ୍ନରେ ପହଂଚିଛନ୍ତି ଏହି ଦୁଇ ଶତାୟୁ ଭୋଟ୍ର । ହେଲେ ନିଜ ଦାୟିତ୍ୱ ଓ କର୍ତବ୍ୟକୁ ଭୁଲିଯାଇନାହାନ୍ତି । ଜଣେ ସାଧାରଣ ନାଗରିକ ଭାବେ ନିଜ କର୍ତବ୍ୟ ପାଇଁ ଆଗଭର ହୋଇଛନ୍ତି । ଶଯ୍ୟାଶାୟୀ ହୋଇ ମଧ୍ୟ ମତଦାନ ପାଇଁ ଆଗଭର ହୋଇ ବାହାରିଛନ୍ତି । ନିଜେ ନିତର ମତଦାନ କରିବା ସହ ଅନ୍ୟ ମାନଙ୍କୁ ଭୋଟ୍ ଦେଇ ମତ ସାବ୍ୟସ୍ତ କରିବାକୁ କହିଛନ୍ତି । ତାଙ୍କର ଏହି ମତଦାନ କରିବାର ଆଗ୍ରହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

ସମସ୍ତ ନିର୍ବାଚନରେ ଭାଗନେଇ ଏହି ଶତାୟୁ ଭୋଟର ନିଜର ମତ ଦାନ କରିଆସୁଛନ୍ତି । ଚଳିତଥର ମଧ୍ୟ ମତଦାନ କେନ୍ଦ୍ର ଯାଇ ମତଦାନ କରିବାକୁ ଆଗଭର ହୋଇବାହାରିଛନ୍ତି ।