ଖବର ବାଜିଲା ଗାଁକୁ ବିଜୁଳି ଆସିଲା । ନିଆଳି ଗଜାବର ଗାଁରେ ଲାଗିଲା ନୂଆ ଟ୍ରାନ୍ସଫରର୍ମର, ଘରକୁ ଘର ଟଣା ହେଲା ତାର

102

କନକ ବ୍ୟୁରୋ : ଖବର ବାଜିଲା, ବିଭାଗର ନିଦ ଭାଙ୍ଗିଲା । ଗାଁରେ ବିଜୁଳି ସମସ୍ୟା ଦୂର ହେଲା । କାରଣ ଖବର ପ୍ରସାରଣ ହେବା ପରେ ଗାଁରେ ନୂଆ ଟ୍ରାନ୍ସଫମର୍ର ଲଗାଯାଇଛି । କନକ ନ୍ୟୁଜରେ ଖବର ପ୍ରସାରଣ ହେବାର ମାତ୍ର ଦିନ କେଇଟା ଭିତରେ ରାତାରାତି ଗାଁରେ ନୂଆ ଟ୍ରାନ୍ସଫର୍ମର ଲଗାଇଛି ବିଦ୍ୟୁତ୍ ବିତରଣକାରୀ ସଂସ୍ଥା । କିଛି ଦିନତଳେ ଟ୍ରାନ୍ସଫର୍ମର ଖରାପ ହୋଇଯାଇଥିବାରୁ ୬ଦିନ ହେଲା ଅନ୍ଧାରରେ ଥିଲା କଟକ ଜିଲ୍ଲା ନିଆଳି ଗଜାବର ଗାଁ । ପ୍ରବଳ ଖରା ସାଙ୍ଗକୁ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଥିଲେ ଲୋକ । ପ୍ରାୟ ୬୦ ପରିବାର ଗରମ ଭିତରେ ଅନ୍ଧାରରେ ରହୁଥିଲେ । ଏନେଇ ବହୁବାର ଅଭିଯୋଗ କରି ନିରାଶ ହୋଇପଡିଥିଲେ । ଶେଷରେ ଏହି ସମସ୍ୟା ଜନିତ ଖବର ପ୍ରସାରଣ ହୋଇଥିଲା । ଆଉ ଏବେ ଗାଁରୁ ଦୂର ହୋଇଛି ଅନ୍ଧକାର । ଗାଁକୁ ଆସିଛି ଆଲୋକ । ଗାଁର ଲୋକଙ୍କ ପାଇଁ ନୂଆ ଟ୍ରାନ୍ସଫର୍ମର ବସାଯାଇଛି । ଯାହାକୁ ନେଇ ଗାଁର ଲୋକମାନେ ବେଶ ଖୁସି ଜାହିର କରିଛନ୍ତି ।