କଂଗ୍ରେସ ଟିକେଟ୍ କାଟିବା ପରେ ବିଜେପି ଟିମରେ ସାମିଲ ହେଲେ ପ୍ରବୋଧ ତିର୍କୀ । ଶାହାଙ୍କ ସଭାରେ ଧରିଲେ ‘ପଦ୍ମ’ ।

2,731

କନକ ବ୍ୟୁରୋ: କଂଗ୍ରେସରୁ ଇସ୍ତଫା ଦେବାପରେ ବିଜେପିରେ ମିଶିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ । ଟିକେଟ୍ କାଟିବା ପରେ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରବୋଧ । ତଳସରା ବିଧାନସଭା ଆସନ ପାଇଁ ପ୍ରଥମେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇଥିଲା କିନ୍ତୁ ପରେ ତାଙ୍କ ଟିକେଟ୍ କାଟିଦେଲା ଏବଂ ପ୍ରର୍ଥୀ ବଦଳାଇ ଦେବାରୁ କାନ୍ଦିଥିଲେ ପ୍ରବୋଧ । ଆଜି ଅମିତ ଶାହାଙ୍କ ଗସ୍ତ ସମୟରେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ସୋନପୁର ବିଜେପିର ବିଜୟ ସଂକଳ୍ପ ସଭାରେ ପ୍ରବୋଧ ପଦ୍ମ ଧରିଛନ୍ତି । ତେବେ ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ଏବଂ ବଲାଙ୍ଗୀର ସାଂସଦଙ୍କ ସମେତ ରାଜ୍ୟ ବିଜେପିର ଶୀର୍ଷନେତା ଉପସ୍ଥିତ ଥିଲେ ।