Daily Archives

September 22, 2022

ପୁଟିନ୍ ଦେଲେ ପରମାଣୁ ଯୁଦ୍ଧ ଧମକ, ବର୍ଷିଲେ ବାଇଡେନ୍

କନକ ବ୍ୟୁରୋ : ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ କିଛି ଏହିପରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ପୁଟିନ୍ ଦେଇଥିବା ପରମାଣୁ ଯୁଦ୍ଧର ଧମକକୁ ନେଇ ରୁଷିଆ ରାଷ୍ଟ୍ରପତିଙ୍କ ଉପରେ ବର୍ଷିଛନ୍ତି ବାଇଡେନ । ଆମେରିକା ପୁଟିନଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି ଏବଂ ୟୁକ୍ରେନ ସହ ଛିଡା…

କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଦାୟିତ୍ୱ ସୂଚାରୁରୂପେ…

କନକ ବ୍ୟୁରୋ : ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ…

ସାଇକେଲରେ ଭାରତ ଭ୍ରମଣ ଯାତ୍ରା । ୭ ମାସରେ ପାର୍ କରିଛନ୍ତି ୩୧ ହଜାର ୨୫୦ କିଲୋମିଟର ।

କନକ ବ୍ୟୁରୋ: ସାଇକେଲରେ ଭାରତ ଭ୍ରମଣ ଯାତ୍ରା । ଯାତ୍ରାର ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ବେଟି ବଚାଓ, ବେଟି ପଢାଓରୁ ନେଇ ସ୍ୱଚ୍ଛ ଭାରତ ଅଭିଯାନ ସହ ଶରରୀ ଆରୋଗ୍ୟ ନେଇ ସଚେତନ ବାର୍ତ୍ତା ବାଣ୍ଟିଚାଲିଛନ୍ତି । ନାଗପୁରରୁ ଦିଲ୍ଲୀପ ଭରତ ମଲ୍ଲିକ ସାଇକେଲରେ ଏହି ଭାରତ…

ବୀର ମଉସାଙ୍କ ପାଖରେ ହାର ମାନିଛି ବୟସ । ୮୬ ବର୍ଷରେ ପାଣି ବୋହି ବୋହି ପୋଷୁଛନ୍ତି ପେଟ ।

କନକ ବ୍ୟୁରୋ: ବୟସ ତାଙ୍କ ଆଗରେ ହାର ମାନିଛି । ବଳ ତାଙ୍କ କାନ୍ଧରେ ଏବେ ବି ଭରି ରହିଛି । କାନ୍ଧରେ ବାହୁଙ୍ଗୀ, ଆଉ ଟିଣ ଭର୍ତ୍ତି ପାଣି । କାମରେ ଲାଗିଛନ୍ତି ୮୦ ବର୍ଷର ବୁଢା ମଉସା । ବୀର ମୁଦୁଲ, ନା ଯେମିତି ତାଙ୍କ କାମ ବି ଠିକ୍ ସେମିତି । କିଏ ତାଙ୍କୁ ବୀର ଅଜା ଡାକେ ତ ଆଉ କିଏ ଡାକେ…

ଅଳ୍ପ ଦିନ ପରେ ମାଆ ବିରଜାଙ୍କ ରଥଯାତ୍ରା । ଏବେଠୁ ରଥ କାମରେ ଲାଗିପଡିଛନ୍ତି ମହାରଣା କାରିଗର । 

କନକ ବ୍ୟୁରୋ: ଆଉ କିଛି ଦିନ ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ରଥଯାତ୍ରା   । ଦଶହରା ସମୟରେ ଅନୁଷ୍ଠିତ ହେବ ମାଆଙ୍କ ୯ ଦନିଆ ଯାତ୍ରା । ଦୁଇ ବର୍ଷ ପରେ ଚଳିତଥର ଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ । ରଥପାଇଁ ଜୋରସୋରରେ ଲାଗି ପଡ଼ିଛନ୍ତି ମହାରଣା କାରିଗର । ୮୯୮ ଖଣ୍ଡ କାଠରେ…

ସମସ୍ୟା ଘେରରେ ମୋହନା ମଳାସପଦର ଆଶ୍ରମ ବିଦ୍ୟାଳୟ । ୨୦୫ ପିଲାଙ୍କ ପାଇଁ କେବଳ ୨ ଶିକ୍ଷକ, ୩ ଶ୍ରେଣୀ ଗୃହ ।

କନକ ବ୍ୟୁରୋ: ସମସ୍ୟା ଘେରରେ ମୋହନା ମଳାସପଦର ଆଶ୍ରମ ବିଦ୍ୟାଳୟ । ପ୍ରଥମରୁ ସପ୍ତମ ଯାଏଁ ୨୦୫ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ରହିଛି ମାତ୍ର ୩ଟି ଶ୍ରେଣୀ ଗୃହ । ତା ସହିତ ପାଠ ପଢାଉଛନ୍ତି ମାତ୍ର ୨ଜଣ ଶିକ୍ଷକ । ଶିକ୍ଷାର ବିକାଶ ନେଇ ଯୋଜନା ଅନେକ ହେଉଛି । କୋଟି କୋଟି ଟଙ୍କା ଖର୍ଚ୍ଚ ବି…