ପ୍ରଣବ ପ୍ରକାଶଙ୍କୁ ନବୀନଙ୍କ ଶୁଭେଚ୍ଛା ବାର୍ତ୍ତା । କହିଲେ, ମୁଁ ନିଶ୍ଚିତ ଯେ ତୁମେ ବିଜୟ ହାସଲ କରିବ ।

2,255

କନକ ବ୍ୟୁରୋ : ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ବିଶାଳ ଶୋଭାଯାତ୍ରାରେ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରଣବ ପ୍ରକାଶ । ଅନ୍ୟପଟେ ବବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ମୁଁ ନିଶ୍ଚିତ ଯେ, ଏହି ନିର୍ବାଚନରେ ତୁମେ ନିଶ୍ଚୟ ଜିତିବ । ନବୀନଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ବିଜେଡି କର୍ମୀଙ୍କ ମନୋବଳ ବଢାଇଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମଧ୍ୟ ଆଜି ନାମାଙ୍କନପତ୍ର ଦାଖଲ କରିବେ । ହିଞ୍ଜିଳି ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆଜି ଗଞ୍ଜାମରେ ପହଞ୍ଚି ତାରାତାରିଣୀଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି । ତାରାତାରିଣୀଙ୍କୁ ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ନାମାଙ୍କନପତ୍ର ଦାଖଲ ପାଇଁ ଛତ୍ରପୁର ଅଭିମୁଖେ ବାହାରିଛନ୍ତି । ସେଠାରେ ଦଳୀୟ କର୍ମୀ ଓ ନେତାଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ । ଚଳିତଥର ୨ଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ । ହିଞ୍ଜିଳି ସହ କଣ୍ଟାବାଞ୍ଝି ଆସନରେ ମୈଦାନକୁ ଓହ୍ଲାଇବେ ନବୀନ ।