ଅଳ୍ପ ଦିନ ପରେ ମାଆ ବିରଜାଙ୍କ ରଥଯାତ୍ରା । ଏବେଠୁ ରଥ କାମରେ ଲାଗିପଡିଛନ୍ତି ମହାରଣା କାରିଗର । 

71

କନକ ବ୍ୟୁରୋ: ଆଉ କିଛି ଦିନ ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ରଥଯାତ୍ରା   । ଦଶହରା ସମୟରେ ଅନୁଷ୍ଠିତ ହେବ ମାଆଙ୍କ ୯ ଦନିଆ ଯାତ୍ରା । ଦୁଇ ବର୍ଷ ପରେ ଚଳିତଥର ଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ । ରଥପାଇଁ ଜୋରସୋରରେ ଲାଗି ପଡ଼ିଛନ୍ତି ମହାରଣା କାରିଗର । ୮୯୮ ଖଣ୍ଡ କାଠରେ ମାଆ ବିରଜାଙ୍କ ରଥ ନିର୍ମାଣ ଚାଲିଛି । ରଥର ଚକ ସଂଖ୍ୟା ୧୨ଟି ରହିଥିବା ବେଳେ ରଥରେ ନବଗ୍ରହ ଓ ଦଶ ଦିଗପାଳ ରହିଛନ୍ତି । ରଥର ଉଚ୍ଚତା ୫୬ ଫୁଟ ରହିଛି । ୯ ଦିନର ଏହି ରଥଯାତ୍ରା ଦେଖିବା ପାଇଁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ଆଉ ଏହି ଯାତ୍ରା ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା ମାନ ଗ୍ରହଣ କରାଯାଇଛି ।