କୋଭିସିଲ୍ଡ ଭାକ୍ସିନ୍ ନେବା ପରେ ଦେଖାଦେଇପାରେ ପାର୍ଶ୍ୱ ପ୍ରତିକ୍ରିୟା । ଶରୀରରେ ହୋଇପାରେ ରକ୍ତ ଜମାଟ । ମସ୍ତିଷ୍କ ଘାତ ଓ ହୃଦଘାତର ଆଶଙ୍କା ।

3,900

କନକ ବ୍ୟୁରୋ: ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିିକା ନେଇଥିବା ଲୋକଙ୍କ ଠାରେ ବିରଳ ସାଇଡ୍ ଇଫେକ୍ଟସ ଦେଖାଦେଇପାରେ । କମ୍ପାନୀ ଦ୍ୱାରା ବ୍ରିଟେନର ଏକ କୋର୍ଟରେ ସତ୍ୟାପାଠ ଦାଖଲ କରାଯାଇ ଏହା ସ୍ୱୀକାର କରାଯାଇଛି ।

ପାର୍ଶ୍ୱ -ପ୍ରତିକ୍ରିୟାର ଲକ୍ଷଣ

  • ଏହି ପାର୍ଶ୍ୱ-ପ୍ରତିକ୍ରିୟାକୁ କୁହାଯାଏ ଟ୍ରମ୍ବୋସିସି ବା ଟିଟିଏସ
  • ଶରୀରରେ ରକ୍ତ ଜମାଟ ବାନ୍ଧିବା ସହ ପ୍ଲେଟଲେଟ୍ ସଂଖ୍ୟା କମିଯାଏ
  • ବିରଳ ରୋଗ ସୃଷ୍ଟି କରିପାରେ ଓ ମୃତ୍ୟୁର କାରଣ ବି ହୋଇପାରେ

ଅକ୍ସଫୋର୍ଡ -ଆଷ୍ଟ୍ରାଜେନକା ପକ୍ଷରୁ ମିଳିତ ଭାବେ ବିକଶିତ ଟିକା ବିଶ୍ୱରେ କୋଭିସିଲଡ ଓ ଭାକ୍ସଜେଭରିଆ ଭଳି ବ୍ରାଣ୍ଡ ନାଁରେ ବିକ୍ରି ହେଇଥିଲା । ଦେଶରେ ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ସହ ମିଶି ଏହି କମ୍ପାନୀ ଟିକା ଉତ୍ପାଦନ କରିଥିଲା । କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କଠାରେ ଗୁରୁତର ଅସୁସ୍ଥତା ଦେଖାଦେଇଛିି ବୋଲି ଅନେକ ପରିବାର ବ୍ରିଟେନ ହାଇକୋର୍ଟରେ ଅଭିଯୋଗ କରିଥିଲେ । ମାମଲା କୋର୍ଟକୁ ଆସିବା ପରେ ଟିକାର ବିରଳ ପାଶ୍ୱର୍-ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ବ୍ରିଟେନ ହାଇକୋର୍ଟରେ ଆଷ୍ଟ୍ରାଜେନକା ଦାଖଲ କରଥିବା ସତ୍ୟପାଠରେ କୁହାଯାଇଛି, ଏହାର ଟିକା ଅତି ବିରଳ କ୍ଷେତ୍ରରେ ଟିଟିଏସ ସୃଷ୍ଟି କରିପାରେ । ତେବେ ସୁରକ୍ଷା କାରଣରୁ ଅକ୍ସଫୋର୍ଡ -ଆଷ୍ଟ୍ରାଜେନକା ଟିକା ଏବେ ବ୍ରିଟେନରେ ଦିଆଯାଉନାହିଁ ।

କୋୱିନ-ୱେବପୋର୍ଟାଲ ଅନୁସାରେ…

  • ଦେଶରେ ୧୭୪ କୋଟି ୯୪ ଲକ୍ଷ ୧୭ ହଜାର ୯୭୮ ଡୋଜ୍ ଟିକା ଦିଆଯାଇଛି
  • ୨୦୨୪ ଏପ୍ରିଲ ୨୯ ତାରିଖ ସୁଦ୍ଧା ଏହି ଟିକା ଦିଆଯାଇଛି
  • ୨୦୨୧ ଜାନୁଆରୀରେ ଦେଶରେ ଏହି ଟିକାକରଣ ଆରମ୍ଭ ହୋଇଥିଲା
  • ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଛି

ବର୍ତମାନ କୋର୍ଟରେ ସ୍ୱୀକାରୋକ୍ତି ପରେ କମ୍ପାନୀକୁ ମୋଟା ଅଙ୍କର ଅର୍ଥରାଶି ପୈଠ କରିବାକୁ ପଡିପାରେ । ତେବେ ଆଷ୍ଟ୍ରାଜେନକାର ମୁଖ୍ୟାଳୟ କେମ୍ବ୍ରିଜରେ ରହିଛି । ବ୍ରିଟେନ ଓ ସ୍ୱିଡେନରେ ଏକ ବଡ ଔଷଧ କମ୍ପାନୀ ବି ରହିଛି । ବର୍ତମାନ କମ୍ପାନୀର ଏହି ସ୍ୱୀକାରୋକ୍ତି ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବ୍ୟାପକ ହୋଇପାରେ ।