ଜୟପୁରରେ ପାଣ୍ଡିଆନଙ୍କ ରୋଡ୍ ସୋ’ । ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ ।

102

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବାବେଳେ ଦକ୍ଷିଣ ଓଡିଶାରେ ଡେରା ପକାଇଛନ୍ତି, ବିଜେଡିର ପାୱାରଫୁଲ ନେତା ଭି. କେ. ପାଣ୍ଡିଆନ । ଆଉ ପ୍ରତିଦିନ ୪ରୁ ୫ଟି ସ୍ଥାନରେ ଜନସଭା କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ଏଥିସହ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ କରୁଛନ୍ତି । ଆଜି ପାଣ୍ଡିଆନ ଛତ୍ରପୁର, ଦିଗପହଣ୍ଡି ଓ କବିସୂର୍ଯନଗରରେ ପ୍ରଚାର କରିଛନ୍ତି । ସନ୍ଧ୍ୟାରେ ଜୟପୁରରେ ପ୍ରଚାର କରିବା ସହ ରୋଡ ଶୋ ମଧ୍ୟ କରିଛନ୍ତି । ପ୍ରାୟ ୩ କିଲୋମିଟର ବ୍ୟାପୀ ଏହି ରୋଡ ଶୋ ହୋଇଛି । ଜୟପୁରର ଦଶହରା ପଡିଆରେ ଆୟୋଜିତ ସମାବେଶରେ ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ଜୟପୁରର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଛନ୍ତି ବୋଲି କହିଛନ୍ତି ଭି.କେ.ପାଣ୍ଡିଆନ ।