କଂଗ୍ରେସ ଗଡ ଆମେଥି ଓ ରାୟବରେଲିରେ କିଏ ହେବ ପ୍ରାର୍ଥୀ ? ସସପେନ୍ସ ଉପରୁ ପରଦା ହଟାଇଲେ ଜୟରାମ ରମେଶ

837

କନକ ବ୍ୟୁରୋ: କଂଗ୍ରେସ ଗଡ ଆମେଥି ଓ ରାୟବରେଲିରେ କିଏ ହେବ ପ୍ରାର୍ଥୀ ? ଏ ନେଇ ଚାଲିଥିବା ସସପେନ୍ସ ଉପରୁ ପରଦା ହଟାଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି କହିଛନ୍ତି ଜୟରାମ । ଆମେଥି ଓ ରାୟବରେଲି କଂଗ୍ରେସର ଗଡ ରହିଛି । ଏଠାରେ ୩ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ । ଆସନ୍ତା ୨୦ରେ ଆମେଥି ଓ ରାୟବରେଲିରେ ନିର୍ବାଚନ ହେବ । କିନ୍ତୁ ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ, ଯାହାକୁ ନେଇ ସସପେନ୍ସ ବଢିଛି । ଜୟରାମ ରମେଶ କହିଛନ୍ତି, କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଦଳର ସଭାପତି ମଲ୍ଲିକାର୍ଜୁନ ଖଗଡେଙ୍କୁ ଆମେଥି ଓ ରାୟବରେଲିର ପ୍ରାର୍ଥୀ ନାଁ ଚୂଡାନ୍ତ କରିବାକୁ ଅଧିକୃତ କରାଯାଇଛି । ଏଠାରେ କଂଗ୍ରେସର ପ୍ରାର୍ଥୀ ବିଳମ୍ବ ହେଉଥିବା ନେଇ ଜୟରାମ ରମେଶ କହିଛନ୍ତି, ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହୋଇନାହିଁ । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେ ସାରା ଦେଶରେ ପ୍ରଚାର କରୁଛନ୍ତି । ଖୁବଶୀଘ୍ର ନାଁ ଘୋଷଣା ହେବ ।

  • ୨୪ ଘଣ୍ଟାରେ ହେବ କଂଗ୍ରେସର ରାୟବରେଲି ଓ ଆମେଥି ପ୍ରାର୍ଥୀ ଘୋଷଣା
  • ୨୦ ତାରିଖରେ ଭୋଟ, ୩ରେ ସରୁଛି ପ୍ରାର୍ଥୀପତ୍ର ଦାଖଲ
  • ଏ ଯାଏଁ ଏହି ଦୁଇ ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ
  • ଏହି ଦୁଇ ଆସନ କଂଗ୍ରେସର ପାରମ୍ପରିକ ଗଡ ରହିିଛି
  • ୨୦୧୯ରେ ଆମେଥିରେ ରାହୁଲ ଗାନ୍ଧି ହାରିଯାଇଥିଲେ
  • ୨୦୧୯ରେ ରାୟବରେଲିରୁ ଜିତିଥିଲେ ସୋନିଆ
  • ରାଜସ୍ଥାନରୁ ରାଜ୍ୟସଭାକୁ ଯାଇଥିବାରୁ ରାୟବରେଲିରୁ ଏଥର ଲଢିବେନି ସୋନିଆ
  • ଆମେଥିରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ସ୍ମୃତି ଇରାନୀ
  • ରାୟବରେଲିରୁ ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି
  • ଏହି ଦୁଇ ଆସନରୁ ରାହୁଲ ଓ ପ୍ରିୟଙ୍କ ଲଢିବା ପାଇଁ ଚାହୁଁଛନ୍ତି ସୋନିଆ
  • ଶେଷ ନିଷ୍ପତ୍ତି ମଲ୍ଲିକାର୍ଜୁନ ଖଗଡେ ନେବେ