ନିମାପଡାରେ ସମୀର ବଦଳାଇବେ କି ସମୀକରଣ । ପ୍ରଭାତି ପରିଡାଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

3,121

କନକ ବ୍ୟୁରୋ : ବିଜେପିକୁ ଢଳୁଛନ୍ତି କି ସମୀର ଦାସ । ଚର୍ଚ୍ଚା ବଢାଇଲା ବିଜେପି ନେତ୍ରୀ ପ୍ରଭାତି ପରିଡାଙ୍କ ବୟାନ । କହିଲେ, ନିମାପଡାରେ ସମୀର ବଦଳାଇପାରିବେ ସମୀକରଣ । ଜଣେ ଯଦି ମନ୍ତ୍ରୀ ଓ ବିଧାୟକ ଥିଲେ ତାଙ୍କର ନିଜସ୍ୱ ସଙ୍ଗଠନ ଅଛି । ସେ ଚାହିଁଲେ ସଙ୍ଗଠନ ବଦଳାଇ ପାରିବେ । ଏଥର ଜନତା ବିଜେପି ଓ ତାଙ୍କ ସହ ଥିବା କହିଛନ୍ତି ପ୍ରଭାତି ପରିଡା । ସ୍ଥାୟୀତ୍ୱ ଏବଂ ସ୍ଥିରତାକୁ ନିମାପଡାବାସୀ ଭୋଟ୍ ଦେଇ ଜିତାଇବେ । ଯେଉଁ ନେତା ତିନି ବର୍ଷରେ ୫ଥର ଦଳବଦଳ କରି ବିଜେଡିରୁ ଟିକେଟ୍ ପାଇଛନ୍ତି, ଲୋକ ସେମାନଙ୍କ ବିଚାର କରିବେ ବୋଲି କହିଛନ୍ତି ପ୍ରଭାତି ପରିଡା ।