ଖରାପ ପାଗ ଯୋଗୁଁ ଅବତରଣ କରିପାରିଲାନି ଦୁଇଟି ବିମାନ ଓ ଗୋଟିଏ ହେଲିକପ୍ଟର । ଭୁବନେଶ୍ୱର ବଦଳରେ କୋଲକାତାରେ ଅବତରଣ । 

194

କନକ ବ୍ୟୁରୋ: ଖରାପ ପାଗ ଯୋଗୁଁ ଅବତରଣ କରିପାରିଲାନି ଦୁଇଟି ବିମାନ ଓ ଗୋଟିଏ ହେଲିକପ୍ଟର । ଗୋଟିଏ ଇଣ୍ଡିଗୋ ବିମାନ ମୁମ୍ବାଇରୁ ଆସୁଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦିଲ୍ଲୀରୁ ଆସୁଥିଲା । ଭୁବନେଶ୍ୱରରେ ଖରାପ ପାଗ ଯୋଗୁଁ ଦୁଇଟି ଯାକ ବିମାନ କୋଲକାତାରେ ଅବତରଣ କରିଛି । ଇଣ୍ଡିଗୋ ବିମାନ ସନ୍ଧ୍ୟା ୫ଟା ୩୧ରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ ୫ଟା ୧୫ରେ ଅବତରଣ କରିବାର ଥିଲା । କିନ୍ତୁ ପାଗ ଖରାପ ଯୋଗୁଁ ଉଭୟ ବିମାନ କୋଲକାତାକୁ ଦିଗ ପରିବର୍ତନ କରିଛି । ସେହିପରି ଅନ୍ୟ ଏକ ହେଲିକପ୍ଟର ଝାରସୁଗୁଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ୪ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଗ ପରିବର୍ତନ କରାଯାଇଥିଲା ।