ସମସ୍ୟା ଘେରରେ ମୋହନା ମଳାସପଦର ଆଶ୍ରମ ବିଦ୍ୟାଳୟ । ୨୦୫ ପିଲାଙ୍କ ପାଇଁ କେବଳ ୨ ଶିକ୍ଷକ, ୩ ଶ୍ରେଣୀ ଗୃହ ।

48

କନକ ବ୍ୟୁରୋ: ସମସ୍ୟା ଘେରରେ ମୋହନା ମଳାସପଦର ଆଶ୍ରମ ବିଦ୍ୟାଳୟ । ପ୍ରଥମରୁ ସପ୍ତମ ଯାଏଁ ୨୦୫ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ରହିଛି ମାତ୍ର ୩ଟି ଶ୍ରେଣୀ ଗୃହ । ତା ସହିତ ପାଠ ପଢାଉଛନ୍ତି ମାତ୍ର ୨ଜଣ ଶିକ୍ଷକ । ଶିକ୍ଷାର ବିକାଶ ନେଇ ଯୋଜନା ଅନେକ ହେଉଛି । କୋଟି କୋଟି ଟଙ୍କା ଖର୍ଚ୍ଚ ବି କରାଯାଉଛି ।

ଶିକ୍ଷକ ସମସ୍ୟା ଥିଲେ ବି ସବୁଠୁ ବଡ଼ ସମସ୍ୟା ହେଲା ଏଠାରେ ପାଠ ପଢାଇବାକୁ କଳାପଟା ଖଣ୍ଡେ ନାହିଁ । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୩ଟି ଶ୍ରେଣୀ ରହିଛି । ଆଉ ଏତେ ପିଲା ପ୍ଧଙ୍ଖ ପଢିବାକୁ ଥିବା ବେଳେ ପ୍ରାୟ ପିଲା ୨ଟି ଶ୍ରେଣୀରେ ବସୁଛନ୍ତି । ପିଲା ବସିବାକୁ ଶ୍ରେଣୀ ଗୃହ ନଥିବା ବେଳେ ପଢିବା ଆଉ ପଢେଇବା ସବୁ ଦିନର ସମସ୍ୟା ପାଲଟିଛି । ୧୯୫୫ରୁ ଏହି ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ଶିକ୍ଷକ ନାହାନ୍ତି । ପାଠ ପଢାଇବାକୁ ଗାଁର ଦୁଇ ଜଣଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଛି । ସ୍କୁଲ ଶ୍ରେଣୀ ଗୃହ ଓ ଶିକ୍ଷକ ନିଯୁକ୍ତି ପାଇଁ ବହୁବାର ପ୍ରଶାସନକୁ ଜଣାଯାଇଛି । ହେଲେ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରିନି । ଯାହାକୁ ନେଇ ଅସନ୍ତୋଷ ବଢିବା ସହିତ ଖୁବଶୀଘ୍ର ଶିକ୍ଷକ ନିଯୁକ୍ତି ଦାବି ହୋଇଛି ।