ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଦେଖନ୍ତୁ, କେଉଁ କେଉଁ ଖେଳାଳି ପାଇଲେ ସ୍ଥାନ?

2,301

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ତେବେ ଦୀର୍ଘ ସମୟର ଚର୍ଚ୍ଚା ଆଲୋଚନା ପରେ ବି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳ ଉପ-ଅଧିନାୟକ ପଦରେ ରଖିଛି । ଏହାସହ ଶିଭମ ଦୁବେଙ୍କୁ ମଧ୍ୟ ବିଶ୍ୱକପ୍ ଦଳରେ ସ୍ଥାନ ମିଳିଛି । ସେହିପରି ବ୍ୟାଟିଂରେ ରୋହିତ ଶର୍ମାଙ୍କ ସହିତ ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ୍, ହାର୍ଦ୍ଦିକ ପାଣ୍ଡ୍ୟା, ଶିଭମ ଦୁବେ ରହିଛନ୍ତି । ଅନ୍ୟପଟେ ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ସ୍ଥାନ ପାଇଛନ୍ତି । ସେହିପରି ବୋଲିଂରେ କୁଲଦୀପ ଯାଦବଙ୍କ ସହ ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଜଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜଙ୍କୁ ଦଳରେ ସ୍ଥାନ ମିଳିଛି । ଏହାବାଦ୍ ଶୁଭମନ୍ ଗିଲ, ରିଙ୍କୁ ସିଂ, ଖଲୀଲ ଅହମ୍ମଦ ଏବଂ ଆଭେସ ଖାନଙ୍କୁ ଷ୍ଟାଣ୍ଡ ବାଏ ଖେଳାଳି ଲିଷ୍ଟରେ ରଖାଯାଇଛି ।