କର୍ଣ୍ଣାଟକରେ କଳଙ୍କ, ଓଡିଶାରେ ଛନକା । ଜେଡିଏସ ନେତା ପ୍ରଜ୍ୱଳ ରେଭନ୍ନାଙ୍କ ଭିଡିଓ ଭାଇରାଲ ପରେ ଚିନ୍ତାରେ ଓଡିଶା ନେତା ।

5,768

କନକ ବ୍ୟୁରୋ: କର୍ଣ୍ଣାଟକର କଳଙ୍କିତ ଭିଡିଓକୁ ନେଇ ଓଡ଼ିଶାରେ ଛନକା । ଜେଡିଏସ ସାଂସଦ ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ହେଟ୍ ଷ୍ଟୋରୀ ସାମ୍ନାକୁ ଆସିବା ପରେ ଅଭିଯୋଗ ଘେରରେ ଥିବା ଓଡିଆ ନେତାଙ୍କ ଚିନ୍ତା ବଢ଼ି ଯାଇଛି । ଯୌନ କେଳେଙ୍କାରୀ ଭଳି ସାଂଘାତିକ୍ ମାମଲାରେ ସଂପୃକ୍ତ ଥିବା ନିର୍ବାଚିତ ପ୍ରତିନିଧିଙ୍କ କେତେବେଳେ କ’ଣ ଘଟିବ, ତାକୁ ନେଇ ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି ।

  • କର୍ଣ୍ଣାଟକରେ କଳଙ୍କ, ଓଡ଼ିଶାରେ ଛନକା!
  • ଅଭିଯୋଗ ଘେରରେ ଥିବା ନେତାଙ୍କ ଛାତି ଧଡ଼ଧଡ଼
  • ଚିନ୍ତାରେ ଯୌନ କେଳେଙ୍କାରୀ ଅଭିଯୋଗରେ ସଂପୃକ୍ତ ନେତା?
  • ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ଭଳି ପଡ଼ି ଯିବ କି ଓଡ଼ିଶା ନେତାଙ୍କ ପାଳି?

ଜେଡିଏସ ସାଂସଦ ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ଘୃଣ୍ୟ କାହାଣୀ ସାମ୍ନାକୁ ଆସିବା ପରେ ଏବେ ଓଡ଼ିଶାରେ ମଧ୍ୟ ଜନପ୍ରତିନିିଧିଙ୍କ ବିବାଦୀୟ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଭିଯୋଗ ଘେରରେ ଥିବା ଜନପ୍ରତିନିଧି କିମ୍ବା ଯୌନ କେଳେଙ୍କାରୀ ଭଳି ସାଂଘାତିକ୍ ଅଭିଯୋଗ ମାମଲାରେ ଜଡ଼ିତ ଥିବା ନେତାଙ୍କ ଚିନ୍ତା ବଢ଼ିଯାଇଛି । କେତେବେଳେ କେଉଁ ଘଟଣା ସାମ୍ନାକୁ ଆସିଯିବ ଏବଂ କେତେବେଳେ କାହା ପାଳି ପଡ଼ିଯିବ ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସେପଟେ ସାରା ଦେଶର ରାଜନୀତିକୁ ଦୋହଲାଇ ରଖିଛି କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ଭିଡିଓ ଘଟଣା । ଏଭଳି ସ୍ଥିତିରେ ଜେଡିଏସ ସାଂସଦ ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରଜ୍ୱଳଙ୍କୁ ନିଲମ୍ବନ କରାଯାଇଛି । ସେପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ମାମଲାରେ ଏସଆଇଟିର ଏଣ୍ଟ୍ରିଂ ହୋଇଛି । ପାଖାପାଖି ୩ ହଜାର ଅଶ୍ନୀଳ ଭିିଡିଓ ଓ ପେନଡ୍ରାଇଭ ଯାଞ୍ଚ କରି ପ୍ରଜ୍ୱଳଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରୁଛି ଏସଆଇଟି । ଯୌନ କେଳେଙ୍କାରୀ ଭିଡିଓ ଘଟଣାରେ ଉଭୟ ଜେଡିଏସ୍ ଓ ବିଜେପିକୁ ଘନଘନ ଆକ୍ରମଣ କରୁଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ଉଭୟ ଦଳଠୁ ଜବାବ ମାଗିଛନ୍ତି । ଆଉ ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସ ଅଭିଯୋଗର ପାଲଟା ଜବାବ ରଖିଛନ୍ତି ।

ଏଚଡି ରେଭନ୍ନା ଏବଂ ପୁଅ ପ୍ରଜ୍ଜଳଙ୍କ ବିରୋଧରେ ତାଙ୍କ ସହାୟିକା ଭାବେ କାମ କରୁଥିବା ଜଣେ ମହିଳା ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ । ପରେ ପ୍ରଜ୍ଜଳଙ୍କ ପାଖରେ ଥିବା ଏକ ପେନଡ୍ରାଇଭ୍ ମିଳିଛି । ଯେଉଁଥିରେ ମହିଳାଙ୍କ ୩ ହଜାର ଯୌନ ଭିଡିଓ ରହିଥିବା ଜଣାପଡ଼ିଛି । ବ୍ଲାକମେଲ କରିବା ପାଇଁ ଏହି ଭିଡିଓ ବ୍ୟବହାର କରାଯାଉଥିବା କୁହାଯାଉଛି ।