Daily Archives

September 21, 2022

ପ୍ରଣବ ଓ ଅରୁଣ ଦେଲେ ନେତାଙ୍କୁ ଟ୍ରେନିଂ: ବିଜେଡିର ୨୦୨୪ କସରତ ଆରମ୍ଭ

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିପଡିଛି ବିଜେଡି । ଏଥିପାଇଁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀକୁ ଫୋକସରେ ରଖିଛି ଦଳ । ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଦେଖନ୍ତୁ ଏହି ଦୃଶ୍ୟକୁ । ଧର୍ମଶାଳାରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ…

କିଏ ହେବ ଭୁବନେଶ୍ୱର କ୍ଲବର ନୂଆ ସଭାପତି? ପୁଣି ଥରେ ଦେଖିବାକୁ ମିଳିବ ବାବୁଙ୍କ ଭିତରେ ଲଢ଼େଇ

କନକ ବ୍ୟୁରୋ: ରାଜଧାନୀ ଛାତି ଉପରେ ଛିଡ଼ା ହୋଇଥିବା ରାଜ୍ୟର ସବୁଠୁ ନାମୀ ଦାମୀ କ୍ଲବ ଭୁବନେଶ୍ୱର କ୍ଲବ । ଆଉ ଏହାର ସଭାପତି ପଦ, ମର୍ଯ୍ୟାଦା ଓ ସମ୍ମାନର ପ୍ରଶ୍ନ ହୋଇ ରହିଛି । ଆସନ୍ତା ୨୪ ତାରିଖରେ ଏହି ପଦ ପାଇଁ ଦେଖିବାକୁ ମିଳିବ ସମ୍ଭ୍ରାନ୍ତ ଲଢ଼େଇ । ଦୁଇ ପୂର୍ବତନ ବରିଷ୍ଠ ଆଇଏଏସ୍…

ଗୋପାଳପୁର ରାଜନୀତିରେ ହଲଚଲ: ଗଡ ସମ୍ଭାଳିବେ କି ଗୋପବନ୍ଧୁ ଦାସ? ବିଜେଡି ଅଫିସରେ ଗୋପବନ୍ଧୁଙ୍କ ଆବିର୍ଭାବ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ରାଜନୀତିରେ ଏବେ ଦେଖିବାକୁ ମିଳିଲାଣି ହଟଚମଟ । ବିଶେଷକରି ଗୋପାଳପୁର ନିର୍ବାଚନମଣ୍ଡଳୀକୁ ପ୍ରଦୀପ ପାଣିଗ୍ରାହୀ ବନାମ ବିଜେଡି ମଧ୍ୟରେ ନେଇ ବଳ କଷାକଷି ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ନିଲମ୍ବିତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗୋପାଳପୁରରେ…

ହେଲନୀ ଗ୍ଲୋବାଲ ସିଟିଜେନ ସର୍ଭେରୁ ଆସିଲା ଚିନ୍ତାଜନକ ରିପୋର୍ଟ । ଡିସେମ୍ବର ସୁଦ୍ଧା ବିଦେଶୀ ନାଗରିକତ୍ୱ ଗ୍ରହଣ କରିବେ…

କନକ ବ୍ୟୁରୋ : ଚଳିତବର୍ଷ ଶେଷ ସୁଦ୍ଧା ଦେଶ ଛାଡିବେ ୮ହଜାର ଭାରତୀୟ । ଡିସେମ୍ବର ସୁଦ୍ଧା ୮ହଜାର ଧନୀ ଭାରତୀୟ ଦେଶ ଛାଡି ବିଦେଶର ନାଗରିକତା ଗ୍ରହଣ କରିପାରନ୍ତି । କଠୋର ଟ୍ୟାକ୍ସ ବ୍ୟବସ୍ଥା ଓ ପାସପୋର୍ଟ ନିୟମ ଯୋଗୁଁ ଧନୀମାନେ ଦେଶ ଛାଡିପାରନ୍ତି ବୋଲି ଏକ ସର୍ଭେରୁ ଜଣାପଡିଛି । ଏମାନଙ୍କ…

ମଣିଷ ବାହାହୁଏ କାହିଁକି? ବିବାହକୁ ନେଇ ମାଡ୍ରାସ୍ ହାଇକୋର୍ଟଙ୍କ ଟିପ୍ପଣୀ

କନକ ବ୍ୟୁରୋ: ଏକ ଆନଜୀବୀ ଦମ୍ପତିଙ୍କ ପାରିବାରକ ବିବାଦ ମାମଲାର ଶୁଣାଣି କରି ବଡ ଟିପ୍ପଣୀ କରିଛନ୍ତି ମାଡ୍ରାସ ହାଇକୋର୍ଟ । ବିବାହର ଉଦ୍ଦେଶ୍ୟକୁ ନେଇ ମାଡ୍ରାସ ହାଇକୋର୍ଟର ଜଷ୍ଟିସ କ୍ରିଷ୍ଣନ ରାମଶ୍ୟାମଙ୍କ ଖଣ୍ଡପୀଠ ଯେଉଁ କଥାଟି କହିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋର୍ଟ…

ଜଳବାୟୁ ପରିବର୍ତନର କରାଳ ରୂପ । ମରୁଡ଼ି କାୟାରେ ଅଧା ବିଶ୍ୱ

କନକ ବ୍ୟୁରୋ : ଆମେରିକା, ୟୁରୋପ, ଚୀନ ପ୍ରାୟ ସବୁ ବଡ ବଡ ଦେଶ ଏବେ ଭୟଙ୍କର ଦୁର୍ଭିକ୍ଷ ସ୍ଥିତିକୁ ସାମ୍ନା କରୁଛି । ୟୁରୋପୀୟ ସଂଘର କୋପରନିକସ୍ ରିପୋର୍ଟ ଅନୁଯାୟୀ ୟୁରୋପ ବିଗତ ୫୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ମରୁଡ଼ି ଦେଖାଦେଇଛି । ଚଳିତ ବର୍ଷ ଅଗଷ୍ଟ ପରଠାରୁ ଅଧା ୟୁରୋପରେ ମୃର୍ତ୍ତିକା…