Daily Archives

July 16, 2022

କାଶିପୁରରେ ବ୍ୟାପୁଛି ଡାଇରିଆ: ସ୍ଥିତି ପରଖିବା ପାଇଁ ଭୁବନେଶ୍ୱରରୁ ଗଲା ଡାକ୍ତରୀ ଟିମ୍

କନକ ବ୍ୟୁରୋ: ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ କହେନି ମାଝୀଙ୍କ ମୃତ୍ୟୁ ହୋଇଛି । ଏବେବି ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ୫ଜଣ, କାଶୀପୁର ଓ ଟିକିରି…

କମୁନି ଗୋଦାବରୀ ନଦୀର ଜଳସ୍ତର: ବିପଦ ସଙ୍କେତ ଠାରୁ ୧୭ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ

କନକ ବ୍ୟୁରୋ: ମାଲକାନଗିରି ମୋଟୁରେ ସଙ୍ଗିନ ହେଉଛି ବନ୍ୟା ସ୍ଥିତି । ଗୋଦାବରୀ ନଦୀର ଜଳସ୍ତର କମିବାର ନାଁ ଧରୁନି । ଏବେ ବି ପାଣି ବିପଦ ସଙ୍କେତଠାରୁ ୧୭ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି । ମୋଟୁ ଅଂଚଳର ୫ଟି ବିଦ୍ୟାଳୟ ନିକଟରେ ବନ୍ୟା ପାଣି ପହଂଚିଛି । ପୁରୁଣା ମୋଟୁ ଓ ମୋଟୁ ଅଂଚଳର ୨୦୦…

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ। ବାଚସ୍ପତି ଓମ ବିର୍ଲା କଣ ପ୍ରତିକ୍ରିୟା ରଖିଲେ ପଢନ୍ତୁ …

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ହୋଇଛି । ସର୍ବଦଳୀୟ ବୈଠକରେ କଂଗ୍ରେସ, ଡିଏମକେ ସାମିଲ ହୋଇଥିବା ବେଳେ ଅନ୍ୟ ଦଳ ସାମିଲ ହୋଇନଥିଲେ । କଂଗ୍ରେସ ପକ୍ଷରୁ ସାଂସଦ ଅଧୀର ରଞ୍ଜନ ଚୈଧୁରୀ, ଡିଏମକେ ପକ୍ଷରୁ ଟିଆର ବାଲୁ…

ଭଙ୍ଗା କୁଡ଼ିଆରେ ବିତୁଛି ୩ ପ୍ରାଣୀଙ୍କ ଜୀବନ: ବାସଗୃହ ଓ ରାସନ କାର୍ଡ଼ ପାଇଁ ଆକୁଳ ନିବେଦନ

କନକ ବ୍ୟୁରୋ: ଭଙ୍ଗା କୁଡ଼ିଆରେ ବିତୁଛି ୩ ପ୍ରାଣୀଙ୍କ ଜୀବନ । ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଅଳ୍ପ କିଛି ଦୂରରେ ଭଙ୍ଗା ଦଦରା କୁଡ଼ିଆରେ ପଡ଼ିରହିଛନ୍ତି ଅସହାୟ ସୁମିତ୍ରଙ୍କ ପରିବାର । ସୁମିତ୍ରା ସହ ଅଛନ୍ତି ତାଙ୍କର ରୋଗିଣା ଝିଅ ଓ ତାଙ୍କ ନାତି । ସୁମିତ୍ରା ନିଜେ…

ଜଣଙ୍କ ନାମରେ ୱାରେଣ୍ଟ, ଆଉ ଜଣଙ୍କୁ ଉଠାଇନେଲା ପୋଲିସ: ଥାନାରେ ରଖି ଦିବ୍ୟାଙ୍ଗଙ୍କୁ ଦେଲା ମାନସିକ ନର୍ଯାତନା

କନକ ବ୍ୟୁରୋ: ଜଣଙ୍କ ନାମରେ ୱାରେଂଟି, ଆଉ ଜଣଙ୍କୁ ଉଠାଇନେଲା ପୋଲିସ । ଭଦ୍ରକ ଜିଲ୍ଲା ବନ୍ତ ପୋଲିସ ବିରୋଧରେ ଏସପିଙ୍କ ଦ୍ୱାରସ୍ଥ ହେଲେ ଦିବ୍ୟାଙ୍ଗ ବୃଦ୍ଧ କାର୍ତିକ ଚନ୍ଦ୍ର ଜେନା । ଅଭିଯୁକ୍ତ ନହୋଇ ବି ବଳପୂର୍ବକ ଘରୁ ପୋଲିସ ଉଠାଇ ନେଇଥିବା ସେ ଅଭିଯୋଗ କରିଛନ୍ତି । ୨୯ ବର୍ଷ ତଳର ଏକ…

ଶସ୍ତା ହେଲା ବିମାନ ତୈଳଦର। ଆଗାମୀ ଦିନରେ କମିବ ବିମାନ ଟିକଟ ଦର!

କନକ ବ୍ୟୁରୋ : ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ଏହି କାରଣରୁ ବିମାନର ତୈଳ ଦର ମଧ୍ୟ କମିଛି । ଶନିବାର ଏୟାର ଟର୍ବାଇନ ଫୁଏଲ ଅର୍ଥାତ ଏଟିଏଫ ଦର ୨.୨ ପ୍ରତିଶତ କମିଛି । ଏହି ଦର ହ୍ରାସ ପରେ ବିମାନ ଟିକଟ ଦର ହ୍ରାସ ପାଇବା ନେଇ ସୂଚନା ମିଳିଛି । ଏୟାରଲାଇନର ପରିଚାଳନା…