ନିର୍ବାଚନୀ ମଇଦାନରେ ରୁଦ୍ର ମହାରଥୀଙ୍କ ସ୍ତ୍ରୀ: ପିପିଲିରୁ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେ ଜାଗୃତି ପଣ୍ଡା

12,084

କନକ ବ୍ୟୁରୋ: ସ୍ୱାମୀ ବିଜେଡି ପ୍ରାର୍ଥୀ । ସ୍ତ୍ରୀ ସ୍ୱାଧୀନ । ରାଜନୀତିରେ ହୁଏତ ଏମିତି ଖବର କେବେ ଜାଣିନଥିବେ । ଚଳିତ ନିର୍ବାଚନରେ ଗୋଟିଏ ଗୋଟିଏ ଦଳରୁ ବାପା-ପୁଅ, ସ୍ୱାମୀ-ସ୍ତ୍ରୀ, ଦଳୀୟ ଟିକେଟ୍ରୁ ନିର୍ବାଚନ ଲଢ଼ୁଛନ୍ତି । କିନ୍ତୁ ପିପିଲିରେ ଏ ଚିତ୍ର ବଦଳିଯାଇଛି । ଗୋଟିଏ ପଟେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି । ଆଉ ନାମାଙ୍କନ ବି ଦାଖଲ କରିସାରିଛନ୍ତି । ସେପଟେ ତାଙ୍କ ସ୍ତ୍ରୀ ଜାଗୃତି ପଣ୍ଡା ଏବେ ସ୍ୱାମୀଙ୍କ ବିରୋଧରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ସୂଚନା ଅନୁସାରେ, ଜାଗୃତି ପିପିଲି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ । ଏଥିପାଇଁ ସୋମବାର ନାମାଙ୍କନ ଭରିଛନ୍ତି ଜାଗୃତି । ଏହା ପୂର୍ବରୁ ଗତ ୩ ତାରିଖରେ ନାମାଙ୍କନ ଭରିଥିଲେ ରୁଦ୍ର । ତେବେ ସ୍ୱାମୀଙ୍କ ବିରୋଧରେ କାହିଁକି ନାମାନଙ୍କ ଭରିଲେ ଜାଗୃତି, ସେ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।