କାଶିପୁରରେ ବ୍ୟାପୁଛି ଡାଇରିଆ: ସ୍ଥିତି ପରଖିବା ପାଇଁ ଭୁବନେଶ୍ୱରରୁ ଗଲା ଡାକ୍ତରୀ ଟିମ୍

83

କନକ ବ୍ୟୁରୋ: ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ କହେନି ମାଝୀଙ୍କ ମୃତ୍ୟୁ ହୋଇଛି । ଏବେବି ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ୫ଜଣ, କାଶୀପୁର ଓ ଟିକିରି ମେଡିକାଲରେ ୨୯ଣଙ୍କ ସମେତ ମୋଟ ୪୧ଜଣ ଝାଡା, ବାନ୍ତିରେ ଆକ୍ରାନ୍ତ ଚିକିତ୍ସା ହେଉଛନ୍ତି । ୨ ଗୁରୁତରଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କାଶୀପୁର ଅଂଚଳରେ ମେଡିକାଲ ଟିମ୍ ରହିଛନ୍ତି । ଆଜି ଭୁବନେଶ୍ୱରରୁ ୩ ଜଣିଆ ଟିମ୍ ପହଂଚି ସିଡିଏମଓଙ୍କ ସହ ଆଲୋଚନା ପରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ରାୟଗଡା ଜିଲ୍ଲାପାଳ ସ୍ୱାଧ୍ୟାଦେବ ସିଂହ କାଶୀପୁରରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।