ଢେଙ୍କାନାଳ ଛାଡି ସମ୍ବଲପୁର କାହିଁକି ପଳାଇଲେ ଧର୍ମେନ୍ଦ୍ର ପ୍ରଧାନ? ପ୍ରେସମିଟରେ ସତ ଓଗାଳିଲେ ପାଣ୍ଡିଆନ୍ ।

3,173

କନକ ବ୍ୟୁରୋ: ଗୋପାଳପୁରଠାରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ଭି କେ ପାଣ୍ଡିଆନ୍ । କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କର ଯଦି ଏତେ ଦମ୍ ଅଛି କାହିଁ ଢେଙ୍କାନାଳ ଛାଡି ସମ୍ବଲପୁର ପଳାଇଲେ ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍ । ।

ପାଣ୍ଡିଆନ୍ କହିଛନ୍ତି, ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରେ ଧର୍ମେନ୍ଦ୍ର ୧୦ ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହିଲେ । ଲାଗିପାତି ଏହାକୁ ପଛୁଆ ଜିଲ୍ଲା ବୋଲି ଘୋଷଣା କରିଥିଲେ । ସେ ଦୃଷ୍ଟିରୁ ଢେଙ୍କାନାଳ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କରିବା କଥା । ହେଲେ କିଛି ବୋଲି କିଛି କାମ କରିନାହାଁନ୍ତି କି ଗାଁ ମାଟି ପାଇଁ ବି କିଛି କରିପାରିଲେନି । ଏଠି ସବୁବେଳେ ଦୁର୍ଘଟଣାରେ ପ୍ରାଣ ହରାଉଥିବା ତଥା ଢେଙ୍କାନାଳକୁ ସଂଯୋଗ କରୁଥିବା ନ୍ୟାସନାଲ ହାଇୱେକୁ ଭଲଭାବେ କରିପାରିଲେନି । ହେଲେ ନିର୍ବାଚନ ସମୟ ଆସିବାରୁ ରାସ୍ତା କଥା ମନେପଡିଲା ।

ଧର୍ମେନ୍ଦ୍ର ୧୦ ବର୍ଷ କେନ୍ଦ୍ରରେ ଶିକ୍ଷା ବିଭାଗ ମନ୍ତ୍ରୀ , ସ୍କିଲ ଡେଭଲପମେର୍ଟ ମନ୍ତ୍ରୀ ରହିଲେ । ହେଲେ ଢେଙ୍କାନାଳରେ ସବୁ ବ୍ଲକରେ ନା କେନ୍ଦ୍ରୀୟ ବିଦ୍ୟାଳୟ କରିପାରେିଲେ ନା ଯାହା ଅଛି ତାକୁ ଡିଜିଟାଲାଇଜ୍ କରିପାରିଲେ । ଢେଙ୍କାନାଳରୁ ବାହାରକୁ ଦାଦନ ଖଟିବାକୁ ଲୋକେ ଯାଉଛନ୍ତି ହେଲେ ଜିଲ୍ଲାରେ ସ୍କିଲ ଡେଭଲପମେଣ୍ଟସେଣ୍ଟର ଖୋଲି ଦାଦନ ସମସ୍ୟାକୁ ଦୂରେଇପାରିଲେନି । ଖାଲି କଥା କହିଲେ କ’ଣ ହେବ । କିଛି କାମ କରିପାରିଲେନି ବୋଲି ଢେଙ୍କାନାଳ ଲୋକଙ୍କୁ ଉତ୍ତର ଦେବାକୁ ତାଙ୍କ ପାଖରେ ଆଉ କିଛି କଥା ନାହିଁ । ତେଣୁ ବାଧ୍ୟ ହୋଇ ସମ୍ବଲପୁରରେ ଲଢିବାକୁ ପଳାଇଲେ । କାରଣ ସେଠି ତାଙ୍କ କାରନାମା ବାବଦରେ କିଛି ଜାଣିନାହିଁନ୍ତି , କେହି ପ୍ରଶ୍ନ ବ ତ ପଚାରିପାରିବେନି । ତାଙ୍କୁ ଲଜ୍ଜା ଲାଗିବା କଥା । ସେ ଜାଣିବା କଥା , ଯଦି ସେ ଲୋକଙ୍କ ପାଇଁ କିଛି କାମ କରିଥାନ୍ତେ ତାହଲେ ସେଠି ବିଜେଡି ତାଙ୍କ ବିପକ୍ଷରେ ନିଜ ପ୍ରାର୍ଥୀ ହିଁ ଦେଇନଥାନ୍ତା ବୋଲି କହିଛନ୍ତି ପାଣ୍ଡିଆନ୍ ।