ଆଜି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ପୁରୀରେ କରିବେ ମହାପ୍ରଭୁଙ୍କ ଦର୍ଶନ । ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍ ।

179

କନକ ବ୍ୟୁରୋ: ପୁରୀ ଲୋକସଭା କ୍ଷେତ୍ରରେ ଆଜି ପ୍ରଚାର କରିବେ ବିଜେପିର ଷ୍ଟାର କ୍ୟାମ୍ପେନର ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ସୂଚନା ଅନୁସାରେ ମଧ୍ୟାହ୍ନ ୧୨ଟା ୧୦ ମିନିଟରେ ଗଡକରୀ ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବେ । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଯାଇ ପୁରୀ ତାଳବଣିଆ ହେଲିପ୍ୟାଡରେ ମଧ୍ୟହ୍ନ ୧୨ଟା ୩୫ ମିନିଟରେ ପହଞ୍ଚିବେ । ପୁରୀରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ମଧ୍ୟାହ୍ନ ୧ଟାରୁ ୧ଟା ୪୫ ମିନିଟ ମଧ୍ୟରେ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବେ । ଏହାପରେ ଶ୍ରୀମନ୍ଦିରରୁ ବାହାରି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବାସଗୃହକୁ ଯିବେ । ଅପରାହ୍ଣ ୩ଟା ୩୦ ମିନିଟରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବିଜେପିର ପ୍ରଚାର ବିରାଟ ସମାବେଶକୁ ସମ୍ବୋଧିତ କରିବେ । ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଷ୍ଟାର କ୍ୟାମ୍ପେନର ନୀତିନ ଗଡକରୀ ।