ଆଜି ଗଞ୍ଜାମରେ ପ୍ରଚାର କରିବେ ନବୀନ । ଗୋପାଳପୁର ଓ ଆସ୍କାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍ ।

124

କନକ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଗଞ୍ଜାମର ଗୋପାଳପୁର ଓ ଆସ୍କାରେ ପ୍ରଚାର କରିବେ । ଜନସଭାକୁ ସମ୍ବୋଧିତ କରି ଭୋଟ୍ ମାଗିବେ ନବୀନ । ସୂଚନା ଅନୁସାରେ ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଦିନ ୧୦ଟା ୧୦ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ହେଲିକପ୍ଟର ଯୋଗେ କନିଷି ପଞ୍ଚାୟତରେ ପହଞ୍ଚି ଶିବ ମନ୍ଦିର ପରିସରରେ ଆୟୋଜିତ ପ୍ରଚାର ସଭାରେ ସାମିଲ ହେବେ । ସମାବେଶକୁ ସମ୍ବୋଧିତ କରି ବିଜେଡିି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଦିନ ୧୧ଟା ୪୫ ମିନିଟରେ ଆସିକା ପହଞ୍ଚି ସେଠାରେ ମଧ୍ୟ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ଆସିକାରେ ପ୍ରଚାର ପରେ ମୁଖ୍ୟମନ୍ତ୍ରୀ ଫୁଲବାଣୀର କନ୍ଧମାଳ ଷ୍ଟାଡିୟମରେ ପ୍ରଚାର ସଭା କରିବା ସହ ଗୁଡାରୀରେ ମଧ୍ୟ ପ୍ରଚାର କରିବା କାର୍ଯ୍ୟସୂଚୀ ରହିଛି ।