ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ। ବାଚସ୍ପତି ଓମ ବିର୍ଲା କଣ ପ୍ରତିକ୍ରିୟା ରଖିଲେ ପଢନ୍ତୁ …

107

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ହୋଇଛି । ସର୍ବଦଳୀୟ ବୈଠକରେ କଂଗ୍ରେସ, ଡିଏମକେ ସାମିଲ ହୋଇଥିବା ବେଳେ ଅନ୍ୟ ଦଳ ସାମିଲ ହୋଇନଥିଲେ । କଂଗ୍ରେସ ପକ୍ଷରୁ ସାଂସଦ ଅଧୀର ରଞ୍ଜନ ଚୈଧୁରୀ, ଡିଏମକେ ପକ୍ଷରୁ ଟିଆର ବାଲୁ ବୈଠକରେ ଯୋଗଦେଇଥିଲେ । ସେପଟେ ଟିଏମସି, ଏନସିପି, ସମାଜବାଦୀ ଦଳ, ବିଏସପି, ବିଜେଡି, ସିପିଏମ, ଜେଏମଏମ, ଟିଆରଆସ, ଟିଡିପି, ନ୍ୟାସନାଲ କନଫରେନ୍ସ, ଅକାଳୀ ଦଳ ସହ ଅନ୍ୟ ଦଳରୁ କେହି ଉପସ୍ଥିତ ରହିନଥିଲେ ।

ବୈଠକରେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଅର୍ଜୁନ ରାମ ମେଘୱାଲ, ରମାଦେବୀ, ଅପନା ଦଳର ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ସାମିଲ ଥିଲେ । ସାଂସଦ ପିଭି ମିଥୁନରେଡ୍ଡୀ, ପଶୁପତି ପାରସ ସାମିଲ ରହିଥିଲେ ।

ବୈଠକ ପରେ ଲୋକସଭା ବାଚସ୍ପତି କହିଛନ୍ତି, ସବୁ ଦଳ ସହଯୋଗ ପାଇଁ ଭରସା ଦେଇଛନ୍ତି । ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ବିରୋଧୀ ଗୃହରେ ବିଭିନ୍ନ ପ୍ରସଙ୍ଗ ଉଠାଇବେ । ତେଣୁ ଏହି ପ୍ରସଙ୍ଗ ଉଠାଇବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଉ । ସେ ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଅଗ୍ନିପଥ ସ୍କିମ୍, ବେରୋଜଗାର ଏବଂ କୃଷକଙ୍କ ପ୍ରସଙ୍ଗ ଗୃହରେ ଉଠିବ । ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଆସିପାରେ । ସେହିଭଳି ଅସଂସଦୀୟ ଶବ୍ଦକୁ ନେଇ ମଧ୍ୟ ଗୃହରେ ଚର୍ଚ୍ଚା ହୋଇପାରେ ।