Daily Archives

July 14, 2022

ମରି ବି ଅମର ହୋଇଗଲେ ସୁଧାଂଶୁ: ୫ ବର୍ଷର ଶିଶୁ ବଂଚାଇଲେ ଦୁଇ ବ୍ୟକ୍ତିଙ୍କ ଜୀବନ

କନକ ବ୍ୟୁରୋ: ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ହୋଇଛି କିଡନୀ ଟ୍ରାନ୍ସପ୍ଲାଂଟ୍ । ଦୁଇଟି ଅମୂଲ୍ୟ ଜୀବନ ବଂଚାଇଛନ୍ତି ଡାକ୍ତର । ସାଢ଼େ ୫ ବର୍ଷର ଶିଶୁ ସୁଧାଂଶୁ ମୃତ୍ୟୁ ପରେ ବି ଦୁଇ ଜଣଙ୍କୁ ଦେଇଛନ୍ତି ନୂଆ ଜୀବନ । ଆଉ ସବୁଠୁ ମହତ କାର୍ଯ୍ୟ କରିଛନ୍ତି ସୁଧାଂଶୁର ବାପା-ମାଆ । ସେମାନେ ଛାତିି…

କଲେଜରେ ଦିଆଯିବ ଟିକା। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିଷ୍ପତ୍ତି।

କନକ ବ୍ୟୁରୋ: ରାଜ୍ୟର ସବୁ କଲେଜରେ ଦିଆଯିବ ଟିକା । କୋଭିଡକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ମୁଖ୍ୟଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି । ବୈଠକରେ ଟିକାକରଣ ଉପରେ ପ୍ରାଥମିକତା ଦିଆଯାଇଥିଲା । କରୋନା ସଂକ୍ରମଣ ବଢୁଥିବାରୁ ଏହା ଉପରେ ରାଜ୍ୟସରକାର ଗୁରୁତ୍ୱ ଦେଇଛନ୍ତି ।…

କିଡନୀ ପ୍ରତିରୋପଣରେ ବିଫଳ ହେଲା ବଡ ମେଡିକାଲ: ଡାକ୍ତର କହିଲେ ମ୍ୟାଚ୍ ନକରିବାରୁ ଫେରାଇ ଦିଆଗଲା କିଡନୀ

କନକ ବ୍ୟୁରୋ: କଟକର ଏସସିବି ମେଡିକାଲ କଲେଜ । ଏମ୍ସ-ପ୍ଲସ ହସ୍ପିଟାଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । କିନ୍ତୁ କିଡନୀ ପ୍ରତିରୋପଣ କରିବାରେ ଅସଫଳ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ରାଜ୍ୟର ସବୁଠାରୁ ବଡ ମେଡିକାଲ କଲେଜ ଏସସିବିର ଅବହେଳା ଓ ଦାୟିତ୍ୱହୀନତା ପଦାକୁ ଆସିଛି ।…

ରାଜ୍ୟ ସରକାରଙ୍କ ବିଚିତ୍ର ବିଦ୍ୟାଳୟ। ସ୍କୁଲର ଛାତକୁ ସାହା କାଠଖୁଣ୍ଟ,ବାରମ୍ବାର ଅଭିଯୋଗ ପରେ ବି ଶୁଣିଲା ନାହିଁ…

କନକ ବ୍ୟୁରୋ: କାଠ ଖୁଣ୍ଟର ଭରସାରେ ସ୍କୁଲର ଛାତ । ଆଉ ଏହା ତଳେ ପାଠ ପଢ଼ୁଛନ୍ତି ୯୪ ଜଣ ଛାତ୍ରଛାତ୍ରୀ । କୋରାପୁଟ ଜିଲ୍ଳା ବୈପାରିଗୁଡ଼ା ବ୍ଳକର ପୁରୁଡ଼ାବେଡ଼ା ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାମାନେ ଏହିଭଳି ଅବସ୍ଥାରେ ପାଠ ପଢୁଛନ୍ତି । ଫଟା ଛାତରୁ ଏବେ ଗଳୁଛି ବର୍ଷା ପାଣି । ପୁଣି…

କୁଆଡ଼େ ଗଲା ସାତକୋଶିଆର ୧୫ ବର୍ଷିୟ ବାଘୁଣୀ? ଗତ ନଭେମ୍ବର ମାସରୁ କ୍ୟାମେରାରେ ଟ୍ରାପ ହୋଇପାରୁନି ବାଘୁଣୀର ଚିତ୍ର।

କନକ ବ୍ୟୁରୋ: ସାତକୋଶିଆର ଲୋପ ପାଇଗଲା କି ବାଘ ବଂଶ । ୯ ମାସ ହେଲା ଏକ ବାଘୁଣୀର ଖୋଜଖବର ନାହିଁ । ଗତ ନଭେମ୍ବର ମାସରୁ ୧୫ ବର୍ଷିୟ ବାଘୁଣୀର ପତା ପାଉନାହିଁ ବନବିଭାଗ । କ୍ୟାମେରାରେ ମଧ୍ୟ ବାଘୁଣୀର ଟ୍ରାପ୍ ହୋଇପାରୁନାହିଁ । ବାଘୁଣୀ ନିଖୋଜ ଖବର ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି…

ଖୋଲିଗଲା ମୁହାଣ, ସମୁଦ୍ର ଜୁଆର ମାଡରେ ଭାଙ୍ଗିଗଲା ସୁନାମୀ ନଦୀବନ୍ଧ। 

କନକ ବ୍ୟୁରୋ: ଅଚାନକ ଖୋଲିଗଲା ମୁହାଣ । ସମୁଦ୍ର ଜୁଆର ମାଡରେ ଭାଙ୍ଗିଗଲା ସୁନାମୀ ନଦୀବନ୍ଧ । ଗତକାଲି ରାତିରେ ପୁରୀ ଅସ୍ତରଙ୍ଗ ବ୍ଲକ କେଉଟଜଙ୍ଗା ନିକଟରେ କେଲୁଣି ମୁହାଣଟି ଖୋଲିଯାଇଛି । ଫଳରେ ଆଡିବନ୍ଧ ଡେଇଁ ଲୁଣା ଜୁଆର ମାଡିଯାଇଛି । ମୁହାଣଟି ଖୋଲିଯିବା କାରଣରୁ ସମୁଦ୍ରର ଢେଉ ସିଧାସଳଖ…