୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ ।

580

କନକ ବ୍ୟୁରୋ: କଂଗ୍ରେସର ଆସିଲା ଶେଷ ପ୍ରାର୍ଥୀ ତାଲିକା । ନୀଳଗିରି ପାଇଁ ଅକ୍ଷୟ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ସେହିପରି ୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଯାଇଛି ଦଳ । ଜଳେଶ୍ୱରରେ ଦେବୀପ୍ରସନ୍ନ ଚାନ୍ଦଙ୍କ ବଦଳରେ ବରିଷ୍ଠ ନେତା ସୁଦର୍ଶନ ଦାସଙ୍କୁ ଟିକେଟ୍ ଦେଇଛି କଂଗ୍ରେସ । ସେହିପରି ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ମଧ୍ୟ ପ୍ରାର୍ଥୀ ବଦଳାଇଛି ଦଳ ।

  • ବଦଳିଲା ଟିକେଟ୍ ପୁରୀରେ ହଙ୍ଗାମା
  • ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା

ପୁରୀ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ ମହାପାତ୍ର ଆଉଟ ଉମାବଲ୍ଲଭ ରଥ ଇନ୍ । ନାମାଙ୍କନ ଦାଖଲର ଦିନକ ପରେ ଟିକଟ କଟିବାରୁ ତାତିଲେ ସୁଜିତଙ୍କ ସମର୍ଥକ । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ଉତ୍ୟକ୍ତ ସମର୍ଥକ ବ୍ୟାନର ଚିରିଲେ, ଦଳୀୟ ପତାକା ଫୋପାଡିଲେ, ଚେୟାର ଭଙ୍ଗାରୁଜା କରିବା ସହ ଉମା ରଥ ଗୋ-ବ୍ୟାକ୍ ନାରା ଦେଇଛନ୍ତି । ଦଳ କାହିଁକି ଟିକେଟ୍ କାଟିଲା ବୋଲି ସମର୍ଥକ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ସୁଜିତ କହିଛନ୍ତି, ତାଙ୍କ ଟିକେଟ କାଟି କଂଗ୍ରେସ କର୍ମୀଙ୍କ ଭାବାବେଗ ସହ ଖେଳ ଖେଳାଯାଇଛି । ଏପଟେ ଉମାବଲ୍ଲଭ ପ୍ରତିକ୍ରିୟା ଦେଇ କହିଛନ୍ତି ସମସ୍ତଙ୍କୁ ସାଙ୍ଗରେ ନେଇ ନିର୍ବାଚନ ଲଢିବେ ।

  • ନୀଳଗିରିରୁ ଲଢିବେ ଅକ୍ଷୟ ଆଚାର୍ଯ୍ୟ
  • ୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ
  • ବରୀରୁ ଲଢିବେ ଦେବାଶିଷ ନାୟକ

କଂଗ୍ରେସର ଆସିଲା ଶେଷ ପ୍ରାର୍ଥୀ ତାଲିକା । ନୀଳଗିରି ପାଇଁ ଅକ୍ଷୟ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ସେହିପରି ୫ଟି ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି ଦଳ । ଜଳେଶ୍ୱରରେ ଦେବୀପ୍ରସନ୍ନ ଚାନ୍ଦଙ୍କ ବଦଳରେ ବରିଷ୍ଠ ନେତା ସୁଦର୍ଶନ ଦାସଙ୍କୁ ଟିକେଟ୍ ଦିଆଯାଇଛି । ଦେବୀପ୍ରସନ୍ନଙ୍କୁ ପ୍ରାର୍ଥୀ ଘୋଷଣା ପରେ ଜଳେଶ୍ୱର କଂଗ୍ରେସର ଫାଟ ସୃଷ୍ଟି ହୋଇଥିଲା । ପ୍ରାର୍ଥୀତ୍ୱକୁ ନେଇ ପୁନଃବିଚାର ପାଇଁ ସୁପ୍ରିମୋଙ୍କ ନିକଟରେ ଆବେଦନ କରିଥିଲେ ସୁଦର୍ଶନ ଦାସ ଓ ତାଙ୍କ ସମର୍ଥକ ।

ସେହିପରି ବରୀ ଆସନରୁ ଲଢିବେ ବିଜେପି ଛାଡ଼ି କଂଗ୍ରେସ ଆସିଥିବା ଦେବାଶିଷ ନାୟକ । ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ଟିକେଟ ଦିଆଯାଇଛି । ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ସ୍ଥାନରେ ହିମାଂଶୁ ଚାଉଳିଆ, ଆଠଗଡ଼ରେ ମେହବୁବ ଅହମ୍ମଦ ଖାନଙ୍କ ବଦଳରେ ସୁଦର୍ଶନ ସାହୁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।