ଖୋଲିଗଲା ମୁହାଣ, ସମୁଦ୍ର ଜୁଆର ମାଡରେ ଭାଙ୍ଗିଗଲା ସୁନାମୀ ନଦୀବନ୍ଧ। 

118

କନକ ବ୍ୟୁରୋ: ଅଚାନକ ଖୋଲିଗଲା ମୁହାଣ । ସମୁଦ୍ର ଜୁଆର ମାଡରେ ଭାଙ୍ଗିଗଲା ସୁନାମୀ ନଦୀବନ୍ଧ । ଗତକାଲି ରାତିରେ ପୁରୀ ଅସ୍ତରଙ୍ଗ ବ୍ଲକ କେଉଟଜଙ୍ଗା ନିକଟରେ କେଲୁଣି ମୁହାଣଟି ଖୋଲିଯାଇଛି । ଫଳରେ ଆଡିବନ୍ଧ ଡେଇଁ ଲୁଣା ଜୁଆର ମାଡିଯାଇଛି । ମୁହାଣଟି ଖୋଲିଯିବା କାରଣରୁ ସମୁଦ୍ରର ଢେଉ ସିଧାସଳଖ ଆଡିବନ୍ଧ ଦେଇ ଲୁଣା ଜଙ୍ଗଲ ମଧ୍ୟକୁ ପ୍ରବେଶ କରୁଛି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ସମୁଦ୍ରକୂଳିଆ ଲୋକେ । ସେପଟ ଏହାସହ ମୁହାଣକୁ ଅତିକ୍ରମ କରିବା ବେଳେ ନିକଟସ୍ଥ ତଣ୍ଡାହାର ଗାଁର ଜଣେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି ।