Daily Archives

May 6, 2021

ଦୈନିକ ସଂକ୍ରମଣରେ ପୁଣି ଆଜି କରୋନାର ଅଲୋଡା ରେକର୍ଡ । ଗତ ୨୪ ଘଣ୍ଟାରେ ଓଡି଼ଶାରେ ୧୦ ହଜାର ଟପିଲା ସଂକ୍ରମଣ, ସେପଟେ…

କନକ ବ୍ୟୁରୋ : ଦେଶରେ ପୁଣି କରୋନାର ଅଲୋଡା ରେକର୍ଡ । ଗତ ୨୪ ଘଂଟାରେ ଦେଶରେ ୪ଲକ୍ଷ ୧୨ ହଜାର ୨୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୩ ହଜାର ୯୮୦ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ରାଜ୍ୟରେ ପୁଣି ୧୦ ହଜାର ଟପି ଯାଇଛି ସଂକ୍ରମଣ । ଗୋଟିଏ ଦିନରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୧୦…

ମାଲକାନଗିରିରେ ଆନ୍ଧ୍ର ମ୍ୟୁଟାଣ୍ଟ ପ୍ରବେଶ କରିଥିବା ନେଇ ସନ୍ଦେହ । ଆକ୍ରାନ୍ତ ହେବାର ଅଳ୍ପ ସମୟ ମଧ୍ୟରେ ୨ ଜଣଙ୍କର…

କନକ ବ୍ୟୁରୋ : ରାଜ୍ୟ କରୋନା ଗ୍ରାଫର ଗ୍ରୀନ ଜୋନରେ ଥିବା ମାଲକାନଗିରି ଜିଲ୍ଲାରେ ଚିନ୍ତା ବଢାଉଛି ଆନ୍ଧ୍ର ଭ୍ୟାରିଆଂଟ । ମୋଟୁ ସୀମା ଦେଇ ପ୍ରତିଦିନ ଶହଶହ ପ୍ରବାସୀ ଓଡିଶା ସୀମା ଭିତରକୁ ପ୍ରବେଶ କରୁଛନ୍ତି । ଫଳରେ ମାଲକାନଗିରି ଜିଲ୍ଲାରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହିଛି ।…

ଏବେ ଦିଆଯିବନି କୋଭିସିଲ୍ଡର ପ୍ରଥମ ଡୋଜ୍ । ଦ୍ୱିତୀୟ ଡୋଜ୍ ଉପରେ ସରକାରଙ୍କ ପ୍ରାଥମିକତା, କେବଳ କରୋନା ଯୋଦ୍ଧାଙ୍କୁ…

କନକ ବ୍ୟୁରୋ : ଟିକା ନେବାକୁ ଅନାଇ ବସିଛି ଓଡିଶା । କେବଳ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ରାଜ୍ୟରେ ୧୭ ଲକ୍ଷ ୪୭ ହଜାର ଲୋକ ଅପେକ୍ଷା କରିଛନ୍ତି । ରାଜ୍ୟରେ ୬୦ ବର୍ଷରୁ ଅଧିକ ୧୧ ଲକ୍ଷ ୭୧ ହଜାର ଲୋକ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଅନାଇ ରହିଛନ୍ତି । କାରଣ ପ୍ରଥମ ଡୋଜ୍ ଟିକା ନେବାର ୨୮ ଦିନ…

ଭୁବନେଶ୍ୱରରେ ମାଡି ଚାଲିଛି ଭୂତାଣୁ । ଆଜି ୧,୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ।

କନକ ବ୍ୟୁରୋ: ଆଜି ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୧,୧୧୮ ଜଣ କରୋନା ପଜିଟିଭ । ୧୮୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି ୬୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କଳ୍ପନାଛକ, ଜାଗମରା, ଡମଣା, ବମିଖାଲ,…

ମୋଦୀ ବୁଝିଲେ ପ୍ରଦୀପ୍ତ ଓ ରଘୁଙ୍କ ସ୍ୱାସ୍ଥ୍ୟାବସ୍ଥା । ଫୋନ ଯୋଗେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଛନ୍ତି…

କନକ ବ୍ୟୁରୋ: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଦୀପ୍ତଙ୍କ ପତ୍ନୀ କମଳା ନାୟକଙ୍କ ସହ ଫୋନରେ କଥା ହୋଇ ପ୍ରଧାନମନ୍ତ୍ରୀ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି । ସେହିପରି ସାଂସଦ ରଘୁନାଥ ମହାପାତ୍ରଙ୍କ…

ମେ’ ୧୧ରେ ବସିବ ଛତିଶା ନିଯୋଗ ବୈଠକ । ଅକ୍ଷୟ ତୃତୀୟା-ରଥ ଅନୁକୂଳ ନେଇ ହେବ ଆଲୋଚନା ।

କନକ ବ୍ୟୁରୋ : ଚଳିତ ମାସ ୧୧ ତାରିଖରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ । ପ୍ରସ୍ତାବିତ ବୈଠକରେ ଅକ୍ଷୟ ତୃତୀୟ ନୀତିନିର୍ଘଣ୍ଟ, ରଥ ଅନୁକୂଳ ବିଷୟରେ ଆଲୋଚନା ହେବ । ଚନ୍ଦନଯାତ୍ରା ନେଇ ଚୂଡ଼ାନ୍ତ ଆଲୋଚନା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…