ଭୁବନେଶ୍ୱରରେ ମାଡି ଚାଲିଛି ଭୂତାଣୁ । ଆଜି ୧,୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ।

192

କନକ ବ୍ୟୁରୋ: ଆଜି ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୧,୧୧୮ ଜଣ କରୋନା ପଜିଟିଭ । ୧୮୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି ୬୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କଳ୍ପନାଛକ, ଜାଗମରା, ଡମଣା, ବମିଖାଲ, ମଞ୍ଚେଶ୍ୱର, ରସୁଲଗଡ, ସହିଦ ନଗର, ସତ୍ୟନଗର, ଖଣ୍ଡଗିରି ଆଦି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ମଧ୍ୟ କଟକଣାକୁ କଡାକଡି କରିଛନ୍ତି ।

ଏହାସହ ଭୁବନେଶ୍ୱରରେ ମୋଟ ୫୦,୪୪୮ରେ ପହଞ୍ଚିଛି ଆକ୍ରାନ୍ତ ସଂଖ୍ୟା । ସେହିପରି ୪୦,୨୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାଏଁ ଆହୁରି ୯୮୬୧ ଏବେ ସକ୍ରିୟ ରହିଛନ୍ତି । ଏହି ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଭୁବନେଶ୍ୱରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।