କନକ ବ୍ୟୁରୋ : ଚଳିତ ମାସ ୧୧ ତାରିଖରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ । ପ୍ରସ୍ତାବିତ ବୈଠକରେ ଅକ୍ଷୟ ତୃତୀୟ ନୀତିନିର୍ଘଣ୍ଟ, ରଥ ଅନୁକୂଳ ବିଷୟରେ ଆଲୋଚନା ହେବ । ଚନ୍ଦନଯାତ୍ରା ନେଇ ଚୂଡ଼ାନ୍ତ ଆଲୋଚନା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହା ଚର୍ଚ୍ଚା ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପୁରୀ ଜିଲ୍ଲାପାଳ, ବରିଷ୍ଠ ସେବାୟତ ଏବଂ ଶ୍ରୀମନ୍ଦିରର ଅନ୍ୟ ସେବାୟତଙ୍କ ଉପସ୍ଥିତିରେ ହୋଇଥିବା ଭିଡିଓ କନଫରେନ୍ସିଂରେ ଚର୍ଚ୍ଚା ହୋଇଛି ଯେ, ଲକ୍ଡାଉନ୍ ମେ’ ୧୯ ତାରିଖ ପର୍ଯ୍ୟନ୍ତ ଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ନିୟୋଜିତ ସେବାୟତଙ୍କୁ ଟିକା ଦିଆଯିବ । କୋଭିଡ ସଂକ୍ରମିତ ସେବାୟତଙ୍କୁ ମେଡିସିନ କିଟ ଯୋଗାଇ ଦିଆଯିବ । କୋଭିଡ ସଂପର୍କିତ ତଥ୍ୟ ଯୋଗାଇବା ପାଇଁ ହେଲପ୍ଲାଇନ୍ ଜାରି ହେବ ।